ମୁମ୍ବାଇ: ସହର ଏବଂ ଦେଶକୁ ସୁରକ୍ଷିତ ରଖିବା ଦିଗରେ ଅହରହ କାର୍ଯ୍ୟ କରୁଥିବା ବିଭିନ୍ନ ସୁରକ୍ଷା ବାହିନୀ ଓ ସେନା ପ୍ରତି ସମ୍ମାନ ଜଣାଇ ରବିବାର ସନ୍ଧ୍ୟାରେ ସେନା ବାହିନୀ, ନୌବାହିନୀ, ଅର୍ଦ୍ଧସାମରିକ ବଳ, ମୁମ୍ବାଇ ପୁଲିିସ, ରେଳ ସୁରକ୍ଷା ବଳ ଇତ୍ୟାଦିରେ କାର୍ଯ୍ୟ କରୁଥିବା ସହସ୍ରାଧିକ ଅଧିକାରୀ, କର୍ମଚାରୀ ଓ ସେମାନଙ୍କ ପରିବାର ସହିତ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ସେମାନଙ୍କ ପୁଅ ଆକାଶଙ୍କ ଶ୍ଲୋକାଙ୍କ ସହିତ ବିବାହର ଖୁସି ମନାଇଛନ୍ତି। ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ରହିଥିଲା ଧିରୁଭାଇ ଅମ୍ବାନୀ ସ୍କୋୟାରରେ ସ୍ୱତନ୍ତ୍ର ମ୍ୟୁଜ଼ିକାଲ ଫାଉଣ୍ଟେସନ ଶୋ ‘ଅନନ୍ତ ପ୍ରେମ’, ଯାହା ଶ୍ରୀକୃଷ୍ଣଙ୍କ ରାସଲୀଳା ଥିମରେ ନୀତା ଅମ୍ବାନୀଙ୍କ ଦ୍ୱାରା ନୈସର୍ଗିକ ପ୍ରେମର ନିଦର୍ଶନ ସ୍ୱରୂପ ପରିକଳ୍ପନା କରାଯାଇଥିଲା

Advertisment

publive-image

ଏହି ଅବସରରେ ଶ୍ରୀମତୀ ନୀତା ଅମ୍ବାନୀ କହିଛନ୍ତି, ଆମ ସଂଗେ ଆମ ଉତ୍ସବରେ ସହର ଏବଂ ଦେଶର ସୁରକ୍ଷାକର୍ତ୍ତାମାନେ ସାମିଲ ହୋଇଥିବାରୁ ଆମେ ଉଲ୍ଲସିତ ଓ ସମ୍ମାନିତ ଅନୁଭବ କରୁଛୁ। ଏହା ଆମ ପାଇଁ ଏକ ଭାବନାତ୍ମକ ଓ ଆନନ୍ଦର ଅବସର ଏବଂ ଆମେ ଆଶା କରୁଛୁ ଆମ ସମସ୍ତଙ୍କୁ ନିତିଦିନ ଗର୍ବିତ କରୁଥିବା ଏହି ନାୟକମାନେ ଆକାଶ ଓ ଶ୍ଳୋକଙ୍କୁ ସେମାନଙ୍କ ଆଶୀର୍ବାଦ ପ୍ରଦାନ କରିବେ

ଉଲ୍ଲେଖଯୋଗ୍ୟ ଯେ ନୀତା ଓ ମୁକେଶ ଅମ୍ବାନୀ ବନ୍ଧୁ ଓ ପରିବାରବର୍ଗଙ୍କ ସହିତ ଆକାଶ ଓ ଶ୍ଳୋକାଙ୍କ ବିବାହ ଉତ୍ସବ ସହରର ଅବହେଳିତ ଶିଶୁ, ଅନାଥାଶ୍ରମ ଓ ବୃଦ୍ଧାଶ୍ରମଗୁଡିକର ଅନ୍ତେବାସୀ, ସୁରକ୍ଷାବାହିନୀ ଓ ସେମାନଙ୍କ ପରିବାର, ସହରର କର୍ମକର୍ତ୍ତା ଓ କର୍ମଚାରୀମାନଙ୍କ ସହିତ ପାଳନ କରୁଛନ୍ତି।

publive-image

ପରିବାର ଭାବରେ ଆମେ ମୁମ୍ବାଇ ସହରର ସାମାଜିକ ଓ ସାଂସ୍କୃତିକ ଧାରା ସହିତ ବେଶ ପରିଚିତ ଏବଂ ସହରକୁ ପରିଚାଳନା ଓ କାର୍ଯ୍ୟକ୍ଷମ କରୁଥିବା ସମସ୍ତ ବ୍ୟକ୍ତି, ବିଶେଷ କରି ପୁଲିସ, ସେନା ବାହିନୀ ଏବଂ ସହରର କର୍ମଚାରୀମାନଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ଓ କୃତଜ୍ଞତା ରହିଛି ବୋଲି ଶ୍ରୀମତୀ ନୀତା ଅମ୍ବାନୀ କହିବା ସହିତ ଆମର ସମସ୍ତ ସଫଳତାର ଉତ୍ସବ ଏହି ମହାନ ସହର ସହିତ ଆମେ ଆମର ଖୁସି ବାନ୍ତି ପାରିଥିବାରୁ ବେଶ ଆନନ୍ଦ ଓ ସନ୍ତୁଷ୍ଟତା ଅନୁଭବ କରୁଛୁ ବୋଲି ପ୍ରକାଶ କରିଥିଲେ।

ଆଜିର ଏହି ସ୍ୱତନ୍ତ୍ର ଉତ୍ସବ ନିକଟରେ ଉନ୍ମୋଚିତ ହୋଇଥିବା ଓ ମୁମ୍ବାଇ ସହରକୁ ଉତ୍ସର୍ଗୀକୃତ ହୋଈଥିବା ଧିରୁଭାଇ ଅମ୍ବାନୀ ସ୍କୋୟାରଠାରେ ଅନୁଷ୍ଠିତ ହୋଇଥିଲା।