ଦ୍ବାପର ଯୁଗ‌ରେ କୁଲର୍‌ ଚିହ୍ନଟ କଲେ ଦର୍ଶକ

ଏବେ ମହାଭାରତର ପ୍ରସାରଣ ଚାଲିଥିବା ବେଳେ କିଛି ପ୍ରଶଂସକ ଯେବେ ଊନ୍ନବିଂଶ ଶତାବ୍ଦୀର ଏକ କୁଲରଟିଏ ଭୀଷ୍ମ ପିତାମହଙ୍କ ପଛପାର୍ଶ୍ବ‌ରେ ଦେଖି‌ଲେ, ବିଶ୍ବାସ କଲେ ନାହିଁ। ଦ୍ବାପର ଯୁଗରେ ଏପରି କୁଲରଟିଏ ଭୀଷ୍ମ ପିତାମହଙ୍କ ନିକଟକୁ କେମିତି ଆସିଲା ବୋଲି ଅନେକ ପ୍ରଶ୍ନ କରିଛନ୍ତି। ମୁକେଶ ଖାନ୍ନା ଏଥିରେ ଭୀଷ୍ମଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ଟ୍ବିଟର୍‌ରେ ଏପରି ଏକ ଫଟୋ ବେଶ୍‌ ଚର୍ଚ୍ଚିତ ହେବାରେ ଲାଗିଛି। ଏହି ଅବସରରେ ଅନେକ ‘ଗେମ୍‌ ଅଫ୍‌ ଥ୍ରୋନ୍‌’ରେ ଦେଖିଥିବା କଫି କପ୍‌ ଓ ଷ୍ଟିଲ୍‌ ଫ୍ଲାସ୍କକୁ ସ୍ମରଣ କରିଥିଲେ। ଫଟୋଟିଏ ଟ୍ବିଟର୍‌ରେ ପୋଷ୍ଟ କରି ଭୀଷ୍ମ କୁଲର୍‌ ବ୍ୟବହାର କରୁଛନ୍ତି ବୋଲି ଦର୍ଶାଯାଇଥିଲା। ସେତେବେଳେ ଏହି କୁଲର୍‌ ସହ ଅଧିକାଂଶ ଅଭ୍ୟସ୍ତ ନଥିବା ବେଳେ ଯଦିଓ କେହି ତାହାକୁ ଦେଖିଥିଲେ, କିନ୍ତୁ ଏତେ ଚିନ୍ତା କରି ନଥିଲେ। ମାତ୍ର ଏବେ ଏହାର ପୁନଃ ପ୍ରସାରଣରେ କିଛି ବ୍ୟକ୍ତି ଏହି ତ୍ରୁଟିକୁ ଧରିବାରେ ସଫଳ ହୋଇଛନ୍ତି। ତେବେ କେହି କେହି ପ୍ରଶଂସକ ଏହା ବି କହିଛନ୍ତି, କୁଲର୍‌ ଭଳି ଦିଶୁଥିବା ଏହି ଜିନିଷଟି ଫ୍ୟାନ୍ସି ଡିଜାଇନ୍‌ର ଏକ ସ୍ତମ୍ଭ। ଏଥିପାଇଁ ବିଭିନ୍ନ କୋଣରୁ ନିଆଯାଇଥିବା ବିଭିନ୍ନ ପ୍ରକାରର ଫଟୋ ମଧ୍ୟ ପୋଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର