ମୁମ୍ବାଇ: ଅଭିନେତା ମୁକେଶ ଖନ୍ନା ପୁଣିଥରେ ତାଙ୍କ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଛନ୍ତି। ମୁକେଶ ସୋନାକ୍ଷୀ ସିହ୍ନା ରାମାୟଣ ସହିତ ଜଡ଼ିତ ପ୍ରଶ୍ନର ଉତ୍ତର ଦେଇ ନପାରିବାର ଦୋଷ ତାଙ୍କ ବାପା ଶତ୍ରୁଘ୍ନ ସିହ୍ନାଙ୍କ ଉପରେ ଦେଇଛନ୍ତି। 

Advertisment

ମୁକେଶ କହିଛନ୍ତି, ‘ଏଥିରେ ସୋନାକ୍ଷୀଙ୍କ ଦୋଷ କେଉଁଠି ରହିଲା।  ଏହା ତାଙ୍କ ବାପା ଶତ୍ରୁଘ୍ନଙ୍କ ଦୋଷ। କ’ଣ ସେ ଏତେ ମର୍ଡନ ହୋଇଗଲେ ଯେ ତାଙ୍କ ପିଲାଙ୍କୁ ରାମାୟଣ ବିଷୟରେ ଜଣାଇ ନାହାନ୍ତି।’

ମୁକେଶଙ୍କ ଏହି ମନ୍ତବ୍ୟକୁ ନେଇ ସୋନାକ୍ଷୀ ରାଗି ଯାଇ କହିଥିଲେ, ‘ସାର ଏଥର ସମ୍ମାନର ସହ କହୁଛି ମୋ ବାପା ତାଙ୍କ ସନ୍ତାନକୁ କି ଶିକ୍ଷା ଦେଇଛନ୍ତି ଏନେଇ ଆପଣ କିଛି କହି ପାରିବେ ନାହିଁ। ଆଗମୀ ଦିନରେ ଏଥିପ୍ରତି ଦୃଷ୍ଟି ଦେବେ।’

 ଏହାପରେ ମୁକେଶ ଖନ୍ନା ସଫେଇ ଦେଇ କହିଛନ୍ତି, ‘ମୁଁ ସୋନାକ୍ଷୀଙ୍କ ନାମ ନେଇ ଭୁଲ କରିଛି। କାହାକୁ କଷ୍ଟ କି ଆଘାତ ଦେବା ମୋର ଉଦ୍ଦେଶ୍ୟ ନଥିଲା। ଶତ୍ରୁଘ୍ନ ମୋର ସିନିୟର ମୁଁ ତାଙ୍କର ସମ୍ମାନ କରେ। ମୋର କହିବାର କଥା ଆଜିକାର ପିଲାମାନଙ୍କୁ ଆମର ସଂସ୍କୃତି, ଇତିହାସ ବିଷୟରେ ଜାଣିବା ଜରୁରୀ। କାରଣ ଏଥିରେ ଅନେକ କିଛି ଶିଖିବା ଜିନିଷ ରହିଛି। ଯାହା ଆମର ଦୈନନ୍ଦିନ ଜୀବନରେ ବାଟ ଚାଲିବାରେ ଖୁବ ସାହାଯ୍ୟ କରିବ।