ନିଜ ଆଡୁ ଶାରୀରିକ ସମ୍ପର୍କ ରଖିବା କଥା କହୁଥିବା ଯୁବତୀକୁ ଦେହଜୀବୀ କୁହାଯାଏ; ଏଭଳି କହି ବିବାଦରେ ମୁକେଶ ଖନ୍ନା

ମୁମ୍ବାଇ: ଧାରାବାହିକ ‘ଶକ୍ତିମାନ’ରୁ ଖ୍ୟାତି ଅର୍ଜନ କରିିଥିବା ମୁକେଶ ଖାନ୍ନା ପୁଣି ଥରେ ଚର୍ଚ୍ଚାରେ। ପ୍ରତ୍ୟେକ ଥର ପରି, ଏଥର ମଧ୍ୟ ତାଙ୍କ ବିବୃତିକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ମୁକେଶ ଖନ୍ନା ନିଜ ୟୁଟ୍ୟୁବ ଚ୍ୟାନେଲରେ ମହିଳା ଓ ଯୁବତୀଙ୍କୁ ନେଇ ଯେଉଁ ବୟାନ ଦେଇଛନ୍ତି, ତାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ଏହା ସହ ଡିସିଡବ୍ଲୁ ଚେୟାରମ୍ୟାନ୍ ସ୍ବାତୀ ମାଲିୱାଲ ଦିଲ୍ଲୀ ପୁଲିସର ସାଇବର ସେଲକୁ ନୋଟିସ ଜାରି କରି ଅଭିନେତାଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ କହିଛନ୍ତି।

ସୋସିଆଲ ମିଡିଆରେ ମୁକେଶ ଖନ୍ନାଙ୍କ ବିବୃତିର ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଅଭିନେତା କହୁଛନ୍ତି ଯେ, ଯଦି କୌଣସି ଯୁବତୀ ପ୍ରଥମେ ପୁଅକୁ କହିଥାଏ ଯେ ମୁଁ ତୁମ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହେଁ, ତେବେ ସେହି ଯୁବତୀକୁ ଦେହଜୀବୀ କୁହାଯିବ। କାରଣ ଏକ ସଭ୍ୟ ସମାଜର ଝିଅ ଏପରି ଲଜ୍ଜାଜନକ କଥା କେବେବି କହିପାରିବ ନାହିଁ। ଯଦି କୌଣସି ଯୁବତୀ କୌଣସି ପୁଅକୁ ଏଭଳି କଥା କୁହନ୍ତି ତେବେ ସେ ସଭ୍ୟ ସମାଜର ନୁହଁନ୍ତି। ଆପଣ ସେଥିପ୍ରତି ସଜାଗ ରୁହନ୍ତୁ। ମୋ କଥା ମାନି ଏପରି ଝିଅମାନଙ୍କଠାରୁ ଦୂରେଇ ରୁହନ୍ତୁ।

ତେବେ ମୁକେଶ ଖନ୍ନାଙ୍କ ଏଭଳି ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ମୁକଶେଙ୍କ ମୁହଁରୁ ଏଭଳି ଶୁଣି ଯଦି ଜଣେ ପୁରୁଷ ପ୍ରଥମେ ଏଭଳି ଶାରୀରିକ ସମ୍ପର୍କ ରଖିବା କଥା କୁହେ, ତେବେ ତାଙ୍କୁ କ’ଣ କୁହାଯିବ? ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର