‘ମହାଭାରତ’ରେ ଭୀଷ୍ମଙ୍କ ଶରଶଯ୍ୟା ସମସ୍ତଙ୍କୁ କରି ଦେଇଥିଲା ଚକିତ, ଜାଣନ୍ତୁ ଏହାର ପରଦା ପଛର ପୂରା କହାଣୀ

ନୂଆଦିଲ୍ଲୀ: ବିଆର ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକକୁ ପୂର୍ବରୁ ଯେତିକି ଦର୍ଶକଙ୍କ ଭଲ ପାଇବା ମିଳିଥିଲା ଏହି ଲକ୍‌ଡାଉନ୍‌ରେ ସମୟରେ ତାହା ଦ୍ୱିଗୁଣିତ ହୋଇଯାଇଛି। ଲକ୍‌ଡାଉନ୍‌ ସମୟରେ ପୁଣିଥରେ ଏହି ଧରାବାହିକ ପ୍ରସାରିତ ହେବାରୁ ସମସ୍ତ ପରିବାର ଏକାଠି ବସି ଏହି ଧାରାବାହିକକୁ ଦେଖିବାର ସୁଯୋଗ ପାଇଛନ୍ତି ଏବଂ ଏଥିରୁ ପିଲାମାନଙ୍କୁ ବହୁତ କିଛି ଶିକ୍ଷା ବି ମିଳି ପାରୁଛି। ‘ମହାଭାରତ’ ଧାରାବାହିକର ପ୍ରତ୍ୟେକ ଚରିତ୍ରକୁ ଜୀବନ୍ତ କରି ପରଦାରେ ଦର୍ଶକଙ୍କ ସାମ୍ନାକୁ ଆଣିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରାଯାଇଥିଲା। ଯାହାକୁ ଆଜି ବି ଦର୍ଶକ ଦେଖି ଚକିତ ହୋଇ ଉଠୁଛନ୍ତି।

ଏଭଳି ଦୃଶ୍ୟ ମଧ୍ୟରେ ଏମିତି ଏକ ଦୃଶ୍ୟ ‘ମହାଭାରତ’ରେ ରହିଛି ଯାହାକୁ ଧାରାବାହିକ ଦେଖୁଥିବା ପ୍ରତ୍ୟେକ ଦର୍ଶକ  ପୂର୍ବରୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବେ ବି ହେଉଛନ୍ତି । ଏହି ଦୃଶ୍ୟଟି ହେଉଛି ଭୀଷ୍ମ ପିତାମହଙ୍କୁ ଅର୍ଜୁନ ଶର ମାରିବାର ଦୃଶ୍ୟ। ଏହି ଦୃଶ୍ୟ ପାଇଁ ପ୍ରଥମେ ଶରର ଶଯ୍ୟା ତିଆରି କରାଯାଇଥିଲା ବୋଲି ଭୀଷ୍ମ ଭୂମିକାରେ ଅଭିନୟ କରିଥିବା ମୁକେଶ ଖନ୍ନା କହିଛନ୍ତି।

ମହାଭାରତ ଯୁଦ୍ଧରେ ଭୀଷ୍ମ ପିତାମହଙ୍କୁ ଶର ମାରିବାର ଦୃଶ୍ୟର ସୁଟିଂ କରିବା ପାଇଁ କିପରି ଗୋଟିଏ ଦିନ ଲାଗି ଯାଇଥିଲା ତାହାକୁ ମୁକେଶ ଖାନ୍ନା ଟୁଇଟ କରି କହିଛନ୍ତି, ଅର୍ଜୁନ ଧନୁରୁ ଛାଡୁଥିବା ପ୍ରତ୍ୟେକ ତୀରକୁ ଏକ ତାର ଦ୍ୱାରା ମୋ ଶରୀର ପର୍ଯ୍ୟନ୍ତ ପହଞ୍ଚା ଯାଉଥିଲା। ଆଉ ସେହି ତୀରକୁ ମୁଁ ମୋର ଶରୀର ସହିତ ଧରି ଅଭିନୟ କରିବାରେ ଲାଗିଥିଲି। ମୁଁ ପିନ୍ଧିଥିବା ପୋଷାକର ସାମ୍ନା ଓ ପଛପାର୍ଶ୍ୱରେ ସ୍କୃ ଦ୍ୱାରା ସମସ୍ତ ଶରକୁ ଖଞ୍ଜା ଯାଇଥିଲା। ଏପରି କରିବା ପଛର କାରଣ ଯେମିତି ଦର୍ଶକଙ୍କୁ ଜୀବନ୍ତ ଭାବେ ଲାଗିବ କି ଶର ଶରୀର ଭେଦ କରି ଯାଇଛି।

ସତରେ ସ୍ୱର୍ଗତଃ ରବି ଚୋପ୍ରା ଓ ତାଙ୍କର ଟିମ୍‌କୁ ଯେତେ ପ୍ରଶଂସା କଲେ ବି କମ୍‌ ହେବ। ଲକ୍‌ଡାଉନ୍‌ ସମୟରେ ଦୂରଦର୍ଶନରେ ‘ମହାଭାରତ’ ପୁଣିଥରେ ପ୍ରସାରଣ ହୋଇଛି। ୧୯୮୮ ଓ ୧୯୯୦ରେ ପ୍ରଥମ ଥର ଏହା ପ୍ରସାରିତ ହୋଇଥିଲା।

ସମ୍ବନ୍ଧିତ ଖବର