ବିନ୍‌ତା ନନ୍ଦା ଦୁଷ୍କର୍ମ ମାମଲା : ଆଲୋକ ନାଥଙ୍କ ଆଗୁଆ ଜାମିନ୍‌ ଆବେଦନ ଉପରେ ରାୟ ଡିିସେମ୍ବର ୨୬ ପର୍ଯ୍ୟନ୍ତ ସଂରକ୍ଷିତ

ନୂଆଦିଲ୍ଲୀ : #ମି ଠୁ ଅଭିଯାନ ଚାଲିଥିବା ବେଳେ ବଲିଉଡ୍‌ର ଅନେକ ଅଭିନେତ୍ରୀ ନିଜ ସହ ହୋଇଥିବା ଯୌନ ଅସଦାଚରଣ ବିଷୟରେ ଖୋଲାଖୋଲି ଭାବରେ ସମସ୍ତଙ୍କୁ ଜଣାଇଥିଲେ । ଏଥିରେ ସାମିଲ ଥିଲେ ଲେଖିକା ବିନ୍‌ତା ନନ୍ଦା । ବଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତା ଆଲୋକ ନାଥଙ୍କ ଉପରେ ସେ ଦୁଷ୍କର୍ମର ଅଭିଯୋଗ ଆଣିବା ପରେ ଖବରଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

Siasat

ପୂର୍ବରୁ ବିନ୍‌ତା ଆରୋପ ଲଗାଇବାର ପ୍ରାୟ ମାସେ ପରେ ମୁମ୍ବାଇ ପୁଲିସ ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲା । ଏହା ପରେ ବିନ୍‌ତାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ, ସେ ନେଇ ତାଙ୍କର ଡ଼ାକ୍ତରୀ ପରୀକ୍ଷା କରାଯିବ ବୋଲି ଖବର ମିଳିଥିଲା । ଏବେ ବିନ୍‌ତା ନନ୍ଦାଙ୍କ ଦୁଷ୍କର୍ମ ମାମଲାକୁ ନେଇ ଆଉ ଏକ ବଡ଼ ଖବର ମିଳିଛି । ଅଭିନେତା ଆଲୋକ ନାଥ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଥିବା ବେଳେ ମୁମ୍ବାଇର ସେସନ୍‌ କୋର୍ଟ ଡ଼ିସେମ୍ବର ୨୬ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଥିବା ଜଣାପଡ଼ିଛି । ଡ଼ିସେମ୍ବର ୨୬ରେ ଆଲୋକ ନାଥଙ୍କ ଅବେଦନ ଉପରେ ରାୟ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର