ସୁଶାନ୍ତଙ୍କ ବାପାଙ୍କ ସହ ହୋଇଥିବା ଚାର୍ଟ ବାବଦରେ ମତ ରଖିଲେ ମୁମ୍ବାଇ ଡିସିପି

ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେକେ ସିଂହ ଏବଂ ମୁମ୍ବାଇ ଡିସିପିଙ୍କ ମଧ୍ୟରେ ହୋଇଥିବା ହ୍ବାଟ୍‌ସଆପ୍‌ କଥାବାର୍ତା ଭାଇରାଲ୍‌ ହେବା ପରେ ମୁମ୍ବାଇ ପୁଲିସ୍‌ ଏ ବାବଦରେ ନିଜର ମତ ରଖିଛି। ମୁମ୍ବାଇ ଡିସିପି ପରମଜିତ ଏସ୍‌ ଦହିୟା କହିଛନ୍ତି, ମୁଁ ସୁଶାନ୍ତଙ୍କ ବାପାଙ୍କୁ କହିଥିଲି ଯେ ଆପଣ ଲିଖିତି ଅଭିଯୋଗ କରନ୍ତୁ। ନଚେତ୍‌ ଆମେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବୁ ନାହିଁ। ସୁଶାନ୍ତଙ୍କ ବାପାଙ୍କ ଓକିଲ ବିକାଶ ସିଂହ କହିଛନ୍ତି, ମୁମ୍ବାଇ ପୁଲିସ୍‌ଙ୍କ ଏପରି କହୁଛନ୍ତି ଯେମିତି କୌଣସି ଅପରାଧିକ କାର୍ଯ୍ୟ ଘଟିନାହିଁ।

ସୂଚନାଯୋଗ୍ୟ ସୁଶାନ୍ତଙ୍କ ବାପା ତାଙ୍କ ପୁଅ ଉପରେ ବିପଦ ଥିବା ନେଇ ମୁମ୍ବାଇ ପୁଲିସ୍‌କୁ ଜଣାଇଥିଲେ। ୨୫ ଫେବ୍ରୁଆରିରେ ବାନ୍ଦ୍ରା ପୁଲିସ୍‌କୁ ହ୍ବାଟ୍‌ସଆପ୍‌ରେ ବାର୍ତା ପଠାଇ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେ ବାର୍ତାରେ ଲେଖିଥିଲେ, ଅବସାଦଗ୍ରସ୍ତ ଥିବା ବାହା‌ନାରେ ରିୟା ଓ ତାଙ୍କ ପରିବାର ସୁଶାନ୍ତଙ୍କୁ ଏୟାରପୋର୍ଟ ନିକଟ ରିସୋର୍ଟକୁ ନେଇଯାଇଥିଲେ। ୩ ମାସ ଧରି ସେଠାରେ ସୁଶାନ୍ତଙ୍କୁ ରଖିଥିଲେ। ଏଣେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟନଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ସୁପ୍ରିମକୋର୍ଟରେ ପିଆଇଏଲ୍‌ ଦାୟର କରାଯାଇଛି। ଯାଚିକାରେ କୁହାଯାଇଛି ଯେ ସୁଶାନ୍ତ ଓ ଦିଶା ସାଲିୟନଙ୍କ ମୃତ୍ୟୁର ପରସ୍ପର ମଧ୍ୟରେ ସମ୍ପର୍କ ଅଛି। ତେଣୁ ଏ ବାବଦରେ ସିବିଆଇ ଯାଞ୍ଚ ପରେ ପ୍ରକୃତ ଘଟଣା ପଦାକୁ ଆସିପାରିବ।

ସମ୍ବନ୍ଧିତ ଖବର