ମୁମ୍ବାଇ ପୁଲିସ ବ୍ଲକ୍‌ କରିବା ପରେ ପାୟଲ କହିଲେ; ପୁଲିସର ପକ୍ଷପାତ ପରେ ମୋତେ ଭାରତରେ ରହିବାକୁ ଡ଼ର ଲାଗିଲାଣି

ମୁମ୍ବାଇ : ସୋସିଆଲ ମିଡିଆରେ ସବୁ ସମୟରେ ଆକ୍ଟିଭ ରହିବା ସହ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିଥାନ୍ତି ଅଭିନେତ୍ରୀ ପାୟଲ ରୋହତଗୀ । ପୂର୍ବରୁ ତାଙ୍କ ବୟାନକୁ ନେଇ ଅନେକ ବିବାଦ ଦେଖା ଯାଇଥିବା ବେଳେ ଏବେ ମୁମ୍ବାଇ ପୁଲିସ ତାଙ୍କୁ ବ୍ଲକ୍‌ କରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏ ନେଇ ପାୟଲ ନିଜେ ସମସ୍ତଙ୍କୁ ଜଣାଇବା ସହ ଅମୃତା ଫଡନଭିସଙ୍କୁ ଏ ନେଇ ସୂଚନା ଦେଇଥିବା ଜଣା ପଡ଼ିଛି ।

ଏଭଳି ଘଟଣା ଘଟିବା ପରେ ମୁମ୍ବାଇ ପୁଲିସ ମୋତେ କ’ଣ ପାଇଁ ବ୍ଲକ୍‌ କଲା । ବୋଧହୁଏ ମୁଁ ହିନ୍ଦୁ ବୋଲି ଏଥିପାଇଁ ପୁଲିସ ଏଭଳି କରିଛି । ଯଦି ଏହି କାରଣ ହୋଇଥାଏ ତେବେ ଭାରତରେ କୌଣସି ହିନ୍ଦୁ ସୁରକ୍ଷିତ ନୁହନ୍ତି । ପୁଲିସର ଏଭଳି ପକ୍ଷପାତ ପରେ ମୋତେ ଏବେ ଭାରତରେ ରହିବାକୁ ଡ଼ର ଲାଗିଲାଣି ବୋଲି କହିଥିଲେ ପାୟଲ । ଏହା ସହ ଏହି ମାମଲାକୁ ନେଇ ସେ ଅମୃତା ଫଡନଭିସଙ୍କୁ ଇମେଲ ଜରିଆରେ ଜଣାଇଥିବା ଜଣା ପଡ଼ିଛି ।

ପାୟଲ ଇମେଲର ସ୍କ୍ରିନସଟ୍‌ ସେୟାର କରିଛନ୍ତି ଯେଉଁଥିରେ, ହେଲୋ ଅମୃତା ମ୍ୟାମ୍‌, ଆଶା କରୁଛି ସବୁ ଠିକ ଥିବ । ଆଜି ସକାଳୁ ମୋତେ ମୋ ଅଫିସରୁ ଖବର ମିଳିଲା କି ମୁମ୍ବାଇ ପୁଲିସ ମୋର ଟୁଇଟର ଆକାଉଣ୍ଟକୁ ବ୍ଲକ୍‌ କରିଛି । ସେମାନେ ଏଭଳି କରିବା ଉଚିତ ନୁହେଁ ବୋଲି ଲେଖା ଯାଇଥିଲା । ଏହା ପରେ ଅମୃତା ମୁମ୍ବାଇ ପୁଲିସର ଏଭଳି କାମକୁ ଭୁଲ ବୋଲି କହିବା ସହ ମାମଲା ଉପରେ ତଦନ୍ତ ପାଇଁ କହିଥିଲେ । ଯାହା ପରେ ପରେ ମୁମ୍ବାଇ ପୁଲିସ ପାୟଲଙ୍କୁ ଅନ୍‌ବ୍ଲକ୍‌ କରିବା ସହ ଭୁଲବଶତଃ ଏପରି ହୋଇଥିବା ନେଇ କହିଥିଲେ ।

ସମ୍ବନ୍ଧିତ ଖବର