କାର ଝରକାରୁ ବାହାରି ଫ୍ୟାନ୍‌ଙ୍କ ସହିତ ବରୁଣ ନେଉଥିଲେ ସେଲଫି, ମୁମ୍ବାଇ ପୁଲିସ ପଠାଇଲା ଇ-ଚାଲଣ

ମୁମ୍ବାଇ: ବଲିଉଡ୍‌ ଷ୍ଟାରମାନେ ରାସ୍ତାର ନିୟମ ଭଙ୍ଗ କରିବାର ଅନେକ ମାମଲା ସାମ୍ନାକୁ ଆସିଛି। ନିକଟରେ ବଲିଉଡ୍‌ ଅଭିନେତା ବରୁଣ ଧାଓ୍ଵନ୍‌ ନିଜ କାରର ଝରକାରୁ ବାହାରି ଅଟୋରେ ଯାଉଥିବା ଜଣେ ମହିଳାଙ୍କ ସହିତ ସେଲଫି ନେଉଥିବା ଦେଖିବାକୁ ମିଳିଛି। ବରୁଣ ଓ ତାଙ୍କ ମହିଳା ଫ୍ୟାନ୍‌ଙ୍କ ସେଲଫି ନେବାର ଏହି ଫଟୋ ଏକ ଖବର କାଗଜରେ ଛାପା ଯିବା ପରେ ଘଟଣା ସାମ୍ନାକୁ ଆସିଛି। ବରୁଣଙ୍କ ଏଭଳି କାରନାମାରେ ମୁମ୍ବାଇ ପୁଲିସ ଅସନ୍ତୋଷ ବ୍ୟକ୍ତ କରିଛି।

ମୁମ୍ବାଇ ପୁଲିସ ଏହି ଘଟଣାକୁ ନେଇ ଟୁଇଟ କରି କହିଛି, ‘ଏଭଳି ଆଡଭେଞ୍ଚର ରୁପେଲି ପରଦାରେ ହିଁ କାମରେ ଲାଗିଥାଏ, ମୁମ୍ବାଇ ରାସ୍ତାରେ ନୁହେଁ। ଏପରି କରି ନିଜ ଜୀବନ ସହିତ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବାକୁ ଚେଷ୍ଟା କରନାହିଁ। ଆମେ ଆପଣଙ୍କ ଭଳି ଯୁବପିଢ଼ିଠାରୁ ଏଭଳି ଆଶା ଆଦୌ ରଖୁ ନାହୁଁ। ଆପଣଙ୍କ ପାଖକୁ ଇ-ଚାଲଣ ପଠାଉଛୁ। ଯଦି ଏଭଳି କାରନାମା ଦ୍ୱିତୀୟ ଥର କରନ୍ତି ତେବେ ଆପଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

ମୁମ୍ବାଇ ପୁଲିସ ଏହି ଘଟଣାକୁ ନେଇ ଟୁଇଟ କରି କହିଛନ୍ତି, ‘ଏଭଳି ଆଡଭେଞ୍ଚର ରୁପେଲି ପରଦାରେ ହିଁ କାମରେ ଲାଗିଥାଏ, ନାହିଁ ମୁମ୍ବାଇ ରାସ୍ତାରେ। ଏପରି କରି ନିଜ ଜୀବନ ସହିତ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇବାକୁ ଚେଷ୍ଟା କରନାହିଁ। ଆମେ ଆପଣଙ୍କ ଭଳି ଯୁବପିଢ଼ିଙ୍କ ଠାରୁ ଏଭଳି ଆଶା ଆଦୌ ରଖୁ ନାହୁଁ। ଆପଣଙ୍କ ପାଖକୁ ଇ-ଚାଲଣ ପଠାଉଛୁ। ଯଦି ଏଭଳି କାରନାମା ଦ୍ୱିତୀୟଥର କରନ୍ତି ତେବେ ଆପଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

ଏହି ଘଟଣା ପରେ ବରୁଣ ଧାଓ୍ଵନ୍‌ଙ୍କୁ ବଞ୍ଚାଇବା ପାଇଁ ତାଙ୍କ ପ୍ରଶଂସକମାନେ ଅଣ୍ଟାଭିଡି ନେଇଛନ୍ତି। ଏଭଳି ସଡ଼କ ନିୟମ ଅନେକ ନେତା ଓ ଅଭିନେତା ଭାଙ୍ଗି ଥିବା କହି ବରୁଣଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଫଟୋ ପୋଷ୍ଟ କରିଛନ୍ତି ଏବଂ କହିଛନ୍ତି, ଯଦି ବରୁଣଙ୍କ ପାଇଁ ଚାଲଣ କଟାଯାଇଛି। ତେବେ ଏମାନଙ୍କ ପାଇଁ ପୁଲିସ କ’ଣ କରିଛି?

ବରୁଣଙ୍କ ପ୍ରଶଂସକମାନେ ପୋଷ୍ଟ କରିଥିବା ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରୋଡ ସୋ’ ସମୟରେ କାର୍‌ ଡୋର ଖୋଲି ଆଧା ବାହାରି ଲୋକମାନଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଉଥିବାର ଏକ ଦୃଶ୍ୟ ସହିତ ସଲମାନ ଖାନ୍‌ ହେଲମେଟ ନପିନ୍ଧି ବାଇକ୍‌ ଚଳାଉଥିବାରୁ ଆଉ ଏକ ଦୃଶ୍ୟ ରହିଛି।

 

ସମ୍ବନ୍ଧିତ ଖବର