ମୁମ୍ବାଇ ପୁଲିସର ଏସଆଇଟି ଶାହାରୁଖଙ୍କ ମ୍ୟାନଜରକୁ ପଠାଇଲା ସମନ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର (ଏନସିବି) ଅଧିକାରୀ ବଳପୂର୍ବକ ଅର୍ଥ ଆଦାୟ କରିଥିବା ଅଭିଯୋଗ ହେବା ପରେ ମୁମ୍ବାଇ ପୁଲିସ ନିଜର ଯାଞ୍ଚ ଆରମ୍ଭ କରିଛି। ମୁମ୍ବାଇ ପୁଲିସର ଏସଆଇଟି(ସ୍ପେସାଲ୍ ଇନଭେଷ୍ଟିଗେସନ୍ ଟିମ୍) ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କୁ ସମନ ପଠାଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ମୁମ୍ବାଇ ପୁଲିସା ଏସଆଇଟି  ଠାରୁ ସମନ ମିଳିବା ପରେ ପୂଜା ଦଦଲାନି ସ୍ବାସ୍ଥ୍ୟ ଖରାପ ଥିବା କହି ସମୟ ମାଗିଛନ୍ତି। ମୁମ୍ବାଇ ପୁଲିସ କିରଣ ଗୌସ୍ବାମୀଙ୍କ ଏକ୍ସଟ୍ରୋସନ ମାମଲାର ଯାଞ୍ଚ କରୁଛି। ଏହି ମାମଲାରେ ପୂଜା ଦଦଲାନିଙ୍କୁ ବି ପଚରାଉଚରା ପାଇଁ ସମନ ପଠାଯାଇଛି। କିନ୍ତୁ ସେ ସମୟ ମାଗିଛନ୍ତି। ଏହି ସମନରେ ପୂଜା ଦଦଲାନିଙ୍କୁ ଶନିବାର ଦିନ ହାଜର ହେବାକୁ କୁହାଯାଇଥିଲା।

ଏନସିବିର ସାକ୍ଷୀ ପ୍ରଭାକର ସେଲ କହିଥିଲେ କି, ଅଭିନେତା ଶାହାରୁଖ ଖାନଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କ ଯେଉଁ ମର୍ସିଡିଜ କାରକୁ ନେଇ କଥା ଉଠିଥିଲା, ତାହାର ସିସିଟିଭି ଫୁଟେଜ କିଛି ଦିନ ପୂର୍ବରୁ ମୁମ୍ବାଇ ପୁଲିସର ଲୋୟର ପରେଲକୁ ମିଳିଛି। ପୁଲିସ ସ୍ପଷ୍ଟ କରିଥିଲା କି ପୂଜା ଦଦଲାନିଙ୍କ କାର ଦେଖିବାକୁ ମିଳିଥିଲା। କିନ୍ତୁ ଫୁଟେଜରେ ଉକ୍ତ କାରରୁ ବାହାରୁଥିବା ମହିଳା ପୂଜା ଦଦଲାନି ଥିଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ଏହି ପୂରା ମାମଲାର ଯାଞ୍ଚ ଏସଆଇଟି କରୁଛି।

ଏନସିବିର ସାକ୍ଷୀ ଥିବା କିରଣ ଗୋସ୍ବାମୀ ଶାହାରୁଖଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କୁ ଟଙ୍କା ବଦଳରେ ଆରୟନ ଖାନଙ୍କ ଗିରଫଦାରୀ ରୋକିବା ପାଇଁ ପ୍ରତିଶୃତି ଦେଇଥିଲେ।

 

ସମ୍ବନ୍ଧିତ ଖବର