ରାଜଙ୍କ ସହିତ ଜଡ଼ିତ ଅଶ୍ଳୀଳ ଭିଡିଓ ତିଆରି ଘଟଣାରେ ଅଭିନେତ୍ରୀଙ୍କୁ ସମନ ପଠାଇଲା ପୁଲିସ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ ଜଡ଼ିତ ଥିବା ବଲିଉଡ ଅଭିନେତ୍ରୀ ସେର୍ଲିନ ଚୋପ୍ରାଙ୍କୁ ମୁମ୍ବାଇ ପୁଲିସ ସମନ ପଠାଇଛି। ଶୁକ୍ରବାର କ୍ରାଇମବ୍ରାଞ୍ଚ ସେର୍ଲିନଙ୍କୁ ପଚରାଉଚରା ପାଇଁ ପୁଲିସ ନିକଟରେ ହାଜର ହେବାକୁ ନିର୍ଦେଶ ଦେଇଛି।

ତେବେ ଏହି ମାମଲାରେ ରାଜ କୁନ୍ଦ୍ରାଙ୍କୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବେଳେ ସେର୍ଲିନଙ୍କୁ ନୋଟିସ ମିଳିବା ପରେ ରାଜଙ୍କ ସମସ୍ୟା ଦ୍ବିଗୁଣିତ ହୋଇଯାଇଛି। ପୁଲିସ ଜୁଲାଇ ୧୯ ତାରିଖରେ ୨ଘଣ୍ଟା ପଚରାଉଚରା ପରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରିଥିଲା। ଏହାପରେ ସେ ବିଚାରବିଭାଗୀୟ ହେପାଜତରେ ଅଛନ୍ତି।

ସେର୍ଲିନ ଅଶ୍ଳୀଳ ଭିଡିଓ ମାମଲାରେ ଜଣେ ସାକ୍ଷୀ ରହିବା ସହିତ ସେ ରାଜଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ବି ଆଣି ସାରିଛନ୍ତି। କୁହାଯାଉଛି କି ପଚରାଉଚରା ସମୟରେ ସେର୍ଲିନ ଚୋପ୍ରା ରାଜ କୁନ୍ଦ୍ରାଙ୍କ ବିରୋଧରେ ସାକ୍ଷୀ ଦେଇ ପାରନ୍ତି।

ସେର୍ଲିନ ଚୋପ୍ରା ରାଜ କୁନ୍ଦ୍ରା ଗିରଫ ହେବା ପୂର୍ବରୁ ଏପ୍ରିଲ ମାସରେ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେର୍ଲିନ ଅଭିଯୋଗ କରିଥିଲେ କି ଏକ ବ୍ୟବସାୟ ଡିଲ ଘଟଣାରେ ତାଙ୍କ ସହିତ ରାଜ କୁନ୍ଦ୍ରା କଥା ହୋଇଥିଲା। କିନ୍ତୁ ଫୋନରେ ଏହି ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ରାଜ କୁନ୍ଦ୍ରା ତାଙ୍କ ଘରକୁ ଜୋର ଜବରଦସ୍ତି ଆସି ଚୁମ୍ବନ ଦେଇଥିଲେ।

ସମ୍ବନ୍ଧିତ ଖବର