Advertisment
ମନୋରଞ୍ଜନ

'ଭୁଲ ଭୁଲୈୟା-୩'ର ଟିକେଟ ମୂଲ୍ୟ ଦେଖି ମୁଣ୍ଡରେ ହାତ ଦେଲେ ଲୋକେ

ନଭେମ୍ବର ୧ରେ ରିଲିଜ୍ ହେବ ଫିଲ୍ମ 'ଭୁଲ ଭୁଲୈୟା-୩'।ଏବେ ଫିଲ୍ମର ଅଗ୍ରୀମ ଟିକେଟ ବୁକିଂ ଚାଲିଥିବା ବେଳେ ଟିକେଟ ମୂଲ୍ୟ ଦେଖି ମୁଣ୍ଡରେ ହାତ ଦେଉଛନ୍ତି ଲୋକେ। ମୁମ୍ବାଇରେ ଟିକେଟ ମୂଲ୍ୟ ଖୁବ ଅଧିକ ବୋଲି ଜଣାଯାଇଛି।

 'ଭୁଲ ଭୁଲୈୟା-୩'ର ଟିକେଟ ମୂଲ୍ୟ ଦେଖି ମୁଣ୍ଡରେ ହାତ ଦେଲେ ଲୋକେ

ମୁମ୍ବାଇ: ବର୍ତ୍ତମାନ ହରର କମେଡିକୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ରହିଛି। କିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ ସ୍ତ୍ରୀ-୨କୁ ଦର୍ଶକଙ୍କ ଭଲପାଇବା ମିଳିଥିବା ବେଳେ ଏବେ ଆଉ ଏକ ହରର କମେଡିକୁ ଅପେକ୍ଷା କରିଛନ୍ତି ଦର୍ଶକ। ଫିଲ୍ମଟି ହେଉଛି 'ଭୁଲ ଭୁଲୈୟା-୩'। କିଛି ଦିନ ତଳେ ବଲିଉଡ ଅଭିନେତା କାର୍ତ୍ତିକ ଆରୟନ 'ଭୁଲ ଭୁଲୈୟା-୩'ର ପ୍ରଥମ ଝଲକ ଦେଖାଇ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ଟିଜର ରିଲିଜ୍ କରିବା ପରେ ଅକ୍ଟୋବର ୯ରେ ଏହାର ଟ୍ରେଲର ରିଲିଜ୍ ହୋଇଥିଲା।

Advertisment

ନଭେମ୍ବର ୧ରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଏବେ ଟିକେଟ ମୂଲ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ‌ଯେ, ମୁମ୍ବାଇରେ ଫିଲ୍ମର ଟିକେଟ ମୂଲ୍ୟ ସର୍ବାଧିକ ରହିଛି। ୧୦୦ଟଙ୍କାରୁ ଆରମ୍ଭ ହୋଇ ଟିକେଟର ମୂଲ୍ୟ ୨୭୦୦ଟଙ୍କା ପର୍ଯ୍ୟନ୍ତ ଯାଇଥିବା ଜଣାଯାଇଛି। ମୁମ୍ବାଇର ବିକେସିରେ ଥିବା ମାଇସନ ପିଭିଆର: ଜିଓ ୱାର୍ଲଡ ଡ୍ରାଇଭରେ ଫିଲ୍ମର ଟିକେଟ ମୂଲ୍ୟ ୨୭୦୦ ରହିଛି। ଦିଲ୍ଲୀ‌ର ଆମ୍ବିଆନ୍ସ ମଲରେ ବି ୨୪୦୦ଟଙ୍କାରେ ଟିକେଟ ବିକ୍ରି ହେଉଥିବା ଜଣାଯାଇଛି।

ତେବେ ଟ୍ରେଲରରେ ମାଧୁରୀ ଦୀକ୍ଷିତଙ୍କ ଏଣ୍ଟ୍ରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।ସେ ଏହି ଚଳଚ୍ଚିତ୍ରରେ ମଞ୍ଜୁଲିକା ଭୂମିକାରେ ନଜର ଆସିବେ । ଏହାର ଅର୍ଥ ହେଉଛି ଏଥର ରୁହ ବାବା ଗୋଟିଏ ନୁହେଁ ବରଂ ଦୁଇ ଜଣ ମଞ୍ଜୁଲିକା ମାଧୁରୀ ଓ ବିଦ୍ୟା ବାଲାନଙ୍କ ସହ ମୁକାବିଲା କରିବେ । ଫିଲ୍ମରେ ଉଭୟ ଅଭିନେତ୍ରୀଙ୍କ ନୃତ୍ୟ ମଧ୍ୟ ରହିଛି।

ପ୍ରଥମ ଭାଗରେ ଅଭିନେତ୍ରୀ ବିଦ୍ୟା ବାଲାନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ବେଳେ ଦ୍ବିତୀୟ ଭାଗରେ ତାଙ୍କୁ ଦେଖିବାକୁ ମିଳିନଥିଲା। ହେଲେ ଏବେ ତୃତୀୟ ଭାଗରେ ପୁଣି ଥରେ ବିଦ୍ୟା ବାଲାନଙ୍କୁ କାଷ୍ଟ କରିଛନ୍ତି ନିର୍ମାତା।

ଦ୍ବିତୀୟ ଭାଗରେ କାର୍ତ୍ତିକ ଆରୟନଙ୍କ ସହ ଅଭିନେତ୍ରୀ କିଆରା ଆଡଭାନୀ ରୋମାନ୍ସ କରିଥିବା ବେଳେ ତୃତୀୟ ଭାଗରେ ନଜର ଆସିବେ ତୃପ୍ତି ଡିମ୍ରି।

 

Advertisment
ସବସ୍କ୍ରାଇବ କରନ୍ତୁ