ମୁମ୍ବାଇ: ନିକଟରେ ବର୍ଷିଆନ୍ ଅଭିନେତ୍ରୀ ମୁମ୍‌ତାଜ ହେମାମାଳିନୀଙ୍କୁ ଅତୀତର ‌ଗୋଟିଏ ଘଟଣାକୁ ନେଇ କଟାକ୍ଷ କରିଛନ୍ତି। ମୁମ୍‌ତାଜ କହିଛନ୍ତି, ‘‘ଚଳଚ୍ଚିତ୍ର ‘ସୀତା ଔର ଗୀତା’ର ନାୟିକା ପାଇଁ ପ୍ରଥମେ ତାଙ୍କୁ ହିଁ ଅଫର ଆସିଥିଲା। ହେଲେ ଜୋରଦାର ଲବି କରି ହେମାମାଳିନୀ ଏଇ ଚଳଚ୍ଚିତ୍ରରୁ ମୁମ୍‌ତାଜଙ୍କୁ ହଟେଇଦେଲେ। ସେତେବେଳେ ମୁମ୍‌ତାଜଙ୍କ ପ୍ରତିଯୋଗୀ ଅଭିନେତ୍ରୀ ଭାବେ ହେମାମାଳିନୀ ଉଭା ହେଇଥିଲେ। ‌ହଠାତ ମୁମ୍‌ତାଜଙ୍କ ବିବାହ ହେଇଯିବା ଯୋଗୁ ସେ ଫିଲ୍ମ ଦୁନିଆରୁ ନିବୃତି ନେଲେ। ତେଣୁ ହେମାମାଳିନୀଙ୍କ ଚାହିଦା ବଢ଼ିଗଲା।

Advertisment

ମୁମ୍‌ତାଜ ଆହୁରି ମଧ୍ୟ କହିଛନ୍ତି, ସିନେ ଜଗତରେ ହେମା ଓ ମୋ ଭିତରେ ନିର୍ମାତା-ନିର୍ଦ୍ଦେଶକମାନେ ପ୍ରତିଦ୍ବନ୍ଦ୍ବିତା କରାଉଥିଲେ।’’ ଚଳଚ୍ଚିତ୍ର ‘ସୀତା ଔର ଗୀତା’ରେ ମୁମ୍‌ତାଜଙ୍କ ଜଣେ ସମ୍ପର୍କୀୟ ଭାଇ ଖଳନାୟକ ଭୂମିକାରେ ଅଭିନୟ କରୁଥିଲେ। ସେ ମଧ୍ୟ ହେମାମାଳିନୀଙ୍କ ଅନ୍ତରଙ୍ଗ ବନ୍ଧୁ ଥିଲେ। ହେମାଙ୍କ ପ୍ରେମିକ ଧର୍ମେନ୍ଦ୍ରଙ୍କ ସହ ମୁମ୍‌ତାଜଙ୍କର ଅନ୍ତରଙ୍ଗ ବନ୍ଧୁତା ଥିଲା। ସେ ସବୁବେଳେ ‌ମୁମ୍‌ତାଜଙ୍କୁ ପସନ୍ଦ କରୁଥିଲେ। ଏପରିକି ହେମାଙ୍କୁ ଜୀବନସାଥୀ କରିବା ପରେ ମଧ୍ୟ ମୁମ୍‌ତାଜ ଧର୍ମେନ୍ଦ୍ରଙ୍କୁ ବଧେଇ ଜଣେଇଥିଲେ। ମାତ୍ର ଦୁଃଖ ରହିଗଲା ‘ସୀତା ଔର ଗୀତା’ରେ ମୁମତାଜ ସ୍ଥାନରେ ହେମାମାଳିନୀ ଲବି କରି ନାୟିକା ସାଜିଲେ। ଅବଶ୍ୟ ଏ ବାବଦରେ ହେମାମାଳିନୀ ମୁହଁ ଖୋଲିନାହାନ୍ତି। ତେବେ ସତୁରି ଦଶକରେ ଯଦି ହିନ୍ଦୀ ଚଳଚ୍ଚିତ୍ରରେ ପରସ୍ପରର ପ୍ରତିଦ୍ବନ୍ଦୀ ଥିଲେ ସେମାନେ ହେଲେ ମୁମ୍‌ତାଜ ଓ ହେମାମାଳିନୀ।

publive-image The Quint

ସ୍ବପ୍ନସୁନ୍ଦରୀ ହେମାମାଳିନୀ
ତେଲୁଗୁ, ତାମିଲ ଆଦି ସିନେମାରେ ଅଭିନୟ କରିଥିବା ହେମାମାଳିନୀ ହିନ୍ଦୀ ସିନେମାର ମଧ୍ୟ ଡ୍ରିମ୍‌ଗାର୍ଲ। ସେ ସପ୍‌ନୋ କା ସୌଦାଗର, ୱାରିସ୍, ଜହାଁ ପ୍ୟାର ମିଲେ, ଅଭିନେତ୍ରୀ, ଆଁସୁ ଔର ମୁସ୍କାନ୍‌, ଜନ୍ନି ମେରା ନାମ୍‌, ପରାୟା ଧନ, ନୟା ଜମାନା, ଲାଲ ପଥର, ଅନ୍ଦାଜ ତେରେ ମେରେ ସପ୍‌ନେ, ସୀତା ଔର ଗୀତା, ଗୋରା ଓୗର କାଲା, ଜୁଗ୍‌ନୁ, ଅମିର ଗରିବ, ଦୋସ୍ତ, ପ୍ରେମ୍‌ ନଗର, କସୌଟି, ହାତ୍‌ କୀ ସଫାଇ, ସନ୍ୟାସୀ, ଧର୍ମାତ୍ମା, ଖୁସ୍‌ବୁ, ଶୋଲେ, ସରାଫତ୍‌, ମା, ଦଶ୍‌ ନମ୍ବରୀ, ମେହବୁବା, ଜାନେମନ୍‌, କିନାରା, ଡ୍ରିମ୍‌ଗାର୍ଲ, ରାଜକୁମାରୀ, ଚାଚା ଭତିଜା, ଦିଲ୍‌ଲଗୀ, ଆଜାଦ୍‌ ଆଦିରେ ନାୟିକା ଥିଲେ। ଏହାପରେ ତ୍ରିଶୂଲ୍‌, ଦିଲ୍‌ କା ହୀରା, ମୀରା, ବନ୍ଦୀଶ୍‌, ଅଲ୍ଲୀବାବା ଔର ୪୦ ଚୋର, ଦର୍ଦ୍ଦ, କ୍ରାନ୍ତି, ନସିବ୍‌, ମେରି ଆୱାଜ୍‌ ସୁନୋ, ସତ୍ତେ ପେ ସତ୍ତା, ରାଜ୍‌ପୁତ, ମେହରବାନି, ରେଜିଆ ସୁଲ୍‌ତାନ୍‌, ଅନ୍ଧାକାନୁନ୍‌, ନାସ୍ତିକ, ରାମ ତେରା ଦେଶ, କଏଦୀ, ରାମ୍‌କଲି, ଯୁଦ୍ଧ, ହିରାସତ୍‌, କୁଦରତ କା କାନୁନ, ମୁଲଜିମ, ଦେଶବାସୀ, ଦେଶ କେ ଦୁଷ୍ମନ୍‌, ବିବେକାନନ୍ଦ, ପରମବୀର ଚକ୍ର, ହିମାଳୟପୁତ୍ର, ହେ ରାମ୍‌, ବାଗ୍‌ବାନ୍‌ ପରି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ଆଖିର ଚାନ୍ଦ ପାଲଟିଯାଇଛନ୍ତି ଅଭିନେତ୍ରୀ ହେମାମାଳିନୀ। ଦର୍ଶକ ତାଙ୍କୁ ମଧ୍ୟ ସ୍ବପ୍ନସୁନ୍ଦରୀ ବୋଲି କହନ୍ତି।

publive-image hindisip.com

ମନମୋହିନୀ ମୁମ୍‌ତାଜ
ସେତେବେଳେ ଅଭିନେତ୍ରୀ ମୁମ୍‌ତାଜ ଥିଲେ ସବୁ ଅଭିନେତାଙ୍କ ମନମୋହିନୀ। ମୁମ୍‌ତାଜ ‘ସ୍ତ୍ରୀ’ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହାପରେ ଭଲା କ୍ୟା ବାତ୍‌ ହୈ, ଶେହ୍‌ରା, ରୁସ୍ତୋମ୍‌ ସରାବ, ମୁଝେ ଜିନେ ଦୋ, ଗେହରା ଦାଗ, ବୀର ଭୀମ୍‌ସେନ, କୱାଲୀ କୀ ରାତ, ବାଘୀ, ଅନ୍ଧାରି ଔର ତୋଫାନ୍‌, ଟାରଜନ୍‌ ଆଣ୍ଡ କିଙ୍ଗ୍‌କଙ୍ଗ୍‌, ସିକନ୍ଦର-ଇ-ଆଜାମ୍‌, ମେରେ ସନମ୍‌, ଖାନ୍‌ଦାନ୍‌, ହମ୍‌ ଦିୱାନେ, ଦୋ ଦିଲ୍‌ ଆଲବେଲି, ବକ୍ସର, ବୋହୂ ବେଟି, ପ୍ୟାସ୍, ୟେ ରାତ୍‌ ଫିର ନା ଆଏଗୀ, ସାୱନ୍‌ କୀ ଘଟା, ପ୍ୟାର କିୟା ଯା, ପତି ପତ୍ନୀ, ଲଡ୍‌କା ଲଡ୍‌କୀର ମଧ୍ୟ ନାୟିକା ଥିଲେ ସେ। ପୁଣି ଜୱାନ୍‌, ରାମ୍‌ ଔର ଶାମ୍‌, ପଥର କେ ସନମ୍‌, ଦୋ ଦୁଷ୍ମନ୍‌, ଆଗ୍‌, ଗୌରୀ, ବ୍ରହ୍ମଚାରୀ, ମେରା ଦୋସ୍ତ, ଜିଗରି ଦୋସ୍ତ, ବନ୍ଧନ, ଆଦ୍‌ମୀ ଔର ଇନ୍‌ସାନ୍‌, ଖିଲୋନା, ହିମ୍ମତ, ଭାଇ ଭାଇ, ମା’ ଔର ମମତା, ମେଲା, କାଠପୁତଲି, ଚାହତ, ଉପାସନା, ତେରେ ମେରେ ସପ୍‌ନେ, କୁମାର, ହରେ ରାମ ହରେ କ୍ରିଷ୍ଣ, ଟାଙ୍ଗେୱାଲା, ଶରାରତ, ଧଡକନ୍‌, ଅପରାଧ, ଅପ୍‌ନା ଦେଶ, ରୁପ ତେରା ମସ୍ତାନା, ପ୍ୟାର କା ରିସ୍ତା, ଲୋଫର, ଚୋର ମଚାୟା ଶୋର, ପ୍ରେମ୍‌ କହାନୀ, ରୋଟି, ଲଫଙ୍ଗେ, ଆଗ ଔର ତୋଫାନ୍, ନାଗିନ୍, ଆଇନା, ଆନ୍ଧିୟାଁ ପରି ଲୋକପ୍ରିୟ ଚଳଚ୍ଚିତ୍ରର ନାୟିକା ସାଜିଥିଲେ ମୁମ୍‌ତାଜ।