ମଡେଲ୍‌ ମୃତ୍ୟୁ ମିଷ୍ଟ୍ରି: ବିଦିଶାଙ୍କ ମୃତ୍ୟୁର ୨ ଦିନ ପରେ ଜୀବନ ହାରିଲେ ବାନ୍ଧବୀ ମଞ୍ଜୁଷା

କୋଲକାତା: ବଙ୍ଗୀୟ ସିନେମା ଜଗତକୁ ଗୋଟାଏ ପରେ ଗୋଟାଏ ଝଟ୍‌କା ଲାଗିଚାଲିଛି। ଜଣେ ଅଭିନେତ୍ରୀ ଜୀବନ ହାରିବାର ଅଳ୍ପ କିଛି ବ୍ୟବଧାନରେ ଆଉ ଜଣେ ଅଭିନେତ୍ରୀ ମଧ୍ୟ ଜୀବନ ହାରିଛନ୍ତ। ବଙ୍ଗୀୟ ମଡେଲ୍‌ ତଥା ଅଭିନେତ୍ରୀ ମଞ୍ଜୁଷା ନିୟୋଗିଙ୍କ ମୃତଦେହ କୋଲକାତାର ଏକ ଆପାର୍ଟମେଣ୍ଟ୍ ରୁମ୍‌ ମଧ୍ୟରୁ ଉଦ୍ଧାର ହୋଇଛି। ସେ ବେକରେ ଦଉଡ଼ି ଦେଇ ନିଜର ଜୀବନ ହାରିଥିବା ସୂଚନା ରହିଛି।

ଆପଣ ଜାଣିଥିବ‌େ ନିଶ୍ଚୟ ଯେ ମାତ୍ର ୨ ଦିନ ତଳେ ମଡେଲ୍‌ ତଥା ଅଭିନେତ୍ରୀ ବିଦିଶା ଦେ ମଜୁମ୍‌ଦାର ତାଙ୍କ ଜୀବନ ହାରିଥିଲେ। ଉଭୟ ମଞ୍ଜୁଷା ଓ ବିଦିଶା  ଖୁବ୍ ଭଲ ବନ୍ଧୁ ଥିଲେ। ମଞ୍ଜୁଷାଙ୍କ ଜୀବନ ହାରିବା ସହ ବିଦିଶାଙ୍କ ମୃତ୍ୟୁର ସଂପର୍କ ରହିଛି ବୋଲି ସନ୍ଦେହ କରାଯାଉଛି। ମଞ୍ଜୁଷାଙ୍କ ମାଆ ଗଣମାଧ୍ୟମରେ ବୟାନ ଦେଇ କହିଛନ୍ତି ଯେ ମଞ୍ଜୁଷା ତାଙ୍କ ବାନ୍ଧବୀ ବିଦିଶାଙ୍କ ସହ ରହିବାକୁ ଚାହୁଁଥିଲେ।

ମଞ୍ଜୁଷା କୋଲକାତାର ପୁତୁଲି ଅଞ୍ଚଳରେ ନିଜ ପରିବାର ସହ ରହୁଥିଲେ। ମଞ୍ଜୁଷାଙ୍କ ମାଆ ତାଙ୍କ ବୟାନରେ କହିଛନ୍ତି କି ‘ମଞ୍ଜୁଷାଙ୍କର ତାଙ୍କ ବାନ୍ଧବୀ ବିଦିଶାଙ୍କ ସହ ଏକ ସମ୍ବେଦନଶୀଳ ସଂପର୍କ ଥିଲା। ସେ ତାଙ୍କ ସହ ରହିବାକୁ ଚାହୁଁଥିଲେ। ସେ ବିଦିଶାଙ୍କ ସହ ରୀତିମତ ଫୋନ୍‌ ଯୋଗାଯୋଗରେ ରହୁଥିଲେ। ବିଦିଶାଙ୍କ ମୃତ୍ୟୁ ପରେ ସେ ବାରମ୍ବାର ବିଦିଶା କଥା କହିବାରୁ ମୁଁ ତାକୁ ପାଟିକଲି। ସେ ମୋତେ କହିଲା କି ଯେପରି ବିଦିଶା ବିଷୟରେ ଗଣାମାଧ୍ୟମରେ ଦେଖିବାକୁ ମିଳୁଛି ସେପରି ଖୁବ୍‌ ଶୀଘ୍ର ମୋ ବିଷୟରେ ବି ଦେଖିବାକୁ ମିଳିବ।’

ସମ୍ବନ୍ଧିତ ଖବର