ଅପ୍ରେଲରେ ରିଲିଜ୍‌ ହେବ ରାହୁଲ ଗାନ୍ଧିଙ୍କ ବାୟୋପିକ୍‌ ‘ମାଇଁ ନେମ୍‌ ଇଜ୍‌ ରାଗା’, ଟିଜର୍‌ରେ ଦେଖିବାକୁ ମିଳିଲା ରାହୁଲଙ୍କ ଇମୋସନାଲ୍‌ ଅବତାର

ମୁମ୍ବାଇ : ଲୋକସଭା ନିର୍ବାଚନ ୨୦୧୯କୁ ନେଇ ଏବେ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରି ସାରିଥିବା ବେଳେ କଂଗ୍ରେସ ନିଜର ଏକ ଭିନ୍ନ ରଣନୀତିି ଆପଣାଇଛି । କିଛି ଦିନ ତଳେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସ ସକ୍ରିୟ ରାଜନୀତିରେ ସାମିଲ କରିଥିବା ବେଳେ ଏବେ ରାହୁଲ ଗାନ୍ଧିଙ୍କ ବାୟୋପିକ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ଚାଲିଛି । ବାୟୋପିକ୍‌ର ନାଁ ‘ମାଇ ନେମ୍‌ ଇଜ୍‌ ରାଗା’ ରଖା ଯାଇଥିବା ବେଳେ ଏହାର ଟିଜର ରିଲିଜ୍‌ ହୋଇ ସାରିଛି । ଟିଜରରେ ରାହୁଲଙ୍କ ଏକ ଭିନ୍ନ ଅବତାର ଦେଖିବାକୁ ମିଳିଛି । ଏଥିରେ ତାଙ୍କ ଛୋଟ ବେଳର କାହାଣୀଠାରୁ ଆରମ୍ଭ କରି ପ୍ରିୟଙ୍କା ଗାନ୍ଧିଙ୍କୁ ରାଜନୀତିରେ ସାମିଲ କରିବା ପର୍ଯ୍ୟନ୍ତର ଘଟଣା ଦେଖା ଯାଇଛି ।

ଟିଜରରେ ରାହୁଲଙ୍କ ଜୀବନର ଭାବବିହ୍ଵଳ କଲା ଭଳି କିଛି ଦୃଶ୍ୟ ରହିଛି, ଯାହା ପୂର୍ବରୁ କେହି ଦେଖି ନଥିଲେ । ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଥିବା ବେଳେ,ଏହାର ପ୍ରଭାବ ନିର୍ବାଚନ ଉପରେ ପଡ଼ିବ ବୋଲି ଆଶା କରାଯାଉଛି । ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବବାୟୋପିକ୍‌ ‘ଦ ଆକ୍ସଡେଣ୍ଟାଲ ପ୍ରାଇମ୍‌ ମିନିଷ୍ଟର’ ରିଲିଜ୍‌ କରାଯାଇଥିଲା । ଏହା ବକ୍ସ ଅଫିସାରେ ସଫଳ ହୋଇ ପାରି ନଥିଲା । ଏବେ ରାହୁଲଙ୍କ ଯାଦୁ ଦର୍ଶକଙ୍କ ଉପରେ ଚାଲୁଛି କି ନାହିଁ,ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର