ମୋ ପୁଅ ମୋ ପରିଚୟ ଚାହୁନି: ଅକ୍ଷୟ କୁମାର

ଖିଲାଡି ଅକ୍ଷୟ କୁମାର ଓ ଅଭିନେତ୍ରୀ ଟ୍ବିଙ୍କଲ୍‌ ଖାନାଙ୍କ ପୁଅ ଆରଭ୍‌ ଅକ୍ଷୟଙ୍କ ପରିଚୟ ନେଇ ବଞ୍ଚିବାକୁ ଚାହୁନାହାନ୍ତି। ଗଣମାଧ୍ୟମ ଓ ଗ୍ଲାମର୍‌ ଦୁନିଆରୁ ଦୂରେଇ ରହି ନିଜ ପରିଚୟ ନିଜେ ଗଢ଼ିବାକୁ ଚାହାନ୍ତି ଆରଭ୍‌। ଅକ୍ଷୟ ଏ କଥା ନିଜେ କହିଛନ୍ତି। ଅକ୍ଷୟ କହିଛନ୍ତି, ସେ ଏହା ଚାହୁଛି ଓ ମୁଁ ତା’ କଥା ବେଶ୍‌ ଭଲ ଭାବେ ବୁଝିପାରୁଛି। ଏଣୁ ମୁଁ ଆରଭ୍‌କୁ ତା’ ରାସ୍ତାରେ ଛାଡ଼ିଦେଇଛି। ସେ ଯେମିତି ଚାହୁଁଛି ସେମିତି ନିଜ ପରିଚୟ ତିଆରି କରୁ। ମୋ ପିତାଙ୍କ ଆଦର୍ଶ ଓ ମୂଲ୍ୟବୋଧ ମୁଁ ଆରଭ୍‌କୁ ପିଲାଟି ଦିନୁ ଶିଖାଇବାକୁ ଚେଷ୍ଟା କରିଛି। ମୁଁ ସବୁବେଳେ ମୋ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛି ଓ ଆଶା ରହିଛି ଆରଭ ମଧ୍ୟ ଏହି ଆଦର୍ଶକୁ ହିଁ ମୂଳମନ୍ତ୍ର କରି ଜୀବନରେ ଆଗଇେବ।

ସମ୍ବନ୍ଧିତ ଖବର