ଜାଣନ୍ତୁ କେଉଁ ସମୟରେ ସଞ୍ଜୟଙ୍କ ଅଂହକାର ଭାଙ୍ଗିଗଲା, ‘ସଞ୍ଜୁ’ ଚଳଚ୍ଚିତ୍ର ଦେଖିବା ପରେ କେମିତି ରହିଲା ଦର୍ଶକଙ୍କ ପ୍ରତିକ୍ରିୟା

ମୁମ୍ବାଇ: କିଛି ଦିନ ହେବ ଗଣମାଧ୍ୟରେ ଛାଇ ଯାଇଛନ୍ତି ଅଭିନେତା ସଞ୍ଜୟ ଦତ୍ତ। ଆଜି ତାଙ୍କ ଜୀବନ ଉପରେ ଆଧାରିତ ଚଳଚ୍ଚିତ୍ର ‘ସଞ୍ଜୁ’ ରିଲିଜ୍‌ ହୋଇଯାଇଛି। ନିକଟରେ ଏକ ସାକ୍ଷାତ୍‌କାର୍‌ରେ ସଞ୍ଜୟ ଦତ୍ତ କହିଛନ୍ତି କି ‘ମୁଁ ଯେତିକି ଦିନ ଜେଲ୍‌ରେ ରହିଲି ସେ ସମୟରେ ମୋ ଅହଂକାର ଭାଙ୍ଗିଗଲା ଓ ମୋତେ ଜଣେ ଉତ୍ତମ ମଣିଷ ହେବାର ସହାୟ ହେଲା।’ ସଞ୍ଜୟ ଦତ୍ତ ଜେଲ୍‌ରେ କାଟିଥିବା ଦିନକୁ ମନେ ପକାଇ ମନଦୁଃଖ କରିବା ପରିବର୍ତ୍ତେ ସେହି ଦିନଗୁଡ଼ିକ ତାଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବାର ଦିନ ବୋଲି କହି ଖୁସି ହୋଇଛନ୍ତି।

‘ପରିବାର, ବନ୍ଧୁ ଓ ଆତ୍ମୀୟଙ୍କଠାରୁ ଦୂରରେ ରହି ର୍ମୁ ସଂପର୍କର ମାନେ ବୁଝିଛି। ଜେଲ୍‌ ମଧ୍ୟରେ କିପରି ନିଜ ଶରୀର ଯତ୍ନ ନିଜକୁ ନେବାକୁ ପଡ଼ିଥାଏ ତାହା ମୁଁ ଭଲକରି ଶିଖି ଗଲି। ଏପରିକି ଜେଲ୍‌ ମଦ୍ୟରେ ହେଉଥିବା ପ୍ରତି ୬ ମାସତରେ ଥରେ ମୁଁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ କଏଦୀମାନଙ୍କ ମନୋରଞ୍ଜନ କରାଉଥିଲି। ସେମାନେ ଧୀରେ ଧୀରେ ମୋ ପରିବାର ପରି ମୋତେ ଲାଗିଲେ।’ ବୋଲି ସଞ୍ଜୟ କହିଛନ୍ତି।

ସଞ୍ଜୟ ଦତ୍ତ ୧୯୮୧ ମସିହାରେ ‘ରକି’ ଚଳଚ୍ଚିତ୍ର ଜରିଆରେ ବଲଉଡ୍‌ ଡେବ୍ୟୁ କରିଥିଲେ। ତାଙ୍କର ଡ୍ରଗ୍ସ ଅଭ୍ୟାସ ହେତୁ ସେ ନିଜର ବ୍ୟକ୍ତିଗତ ଜୀବନକୁ ସଙ୍କଟାପନ୍ନ କରି ପକାଇଲେ। ତାଙ୍କ ଜୀବନ ଏକ ଅନ୍ୟ ମୋଡ଼ ନେଲା ଯେବେ ସେ ୧୯୯୩ ମସିହା ମୁମ୍ବାଇ ସିରିଏଲ୍‌ ବୋମା ବିସ୍ଫୋରଣରେ ସଂପୃକ୍ତି ଥିବା ନେଇ ଜେଲ୍‌ ଗଲେ। ଉକ୍ତ ବିସ୍ଫୋରଣରେ ୨୫୦ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଆହାତ ହୋଇଥିଲେ।

ସଞ୍ଜୟଙ୍କ ଜୀବନ କାହାରୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ସଞ୍ଜୁ’ରେ ଏସବୁ ଦେଖିବାକୁ ମିଳିଛି। ଆଜି ପ୍ରେକ୍ଷାଳରେ ଏହି ଚଳଚ୍ଚିତ୍ରରେ ରିଲିଜ୍‌ ହେବା ପରେ ବହୁ ଲୋକ ସମର୍ଥନ ମିଳିଛି। ‘ସଞ୍ଜୁ’ ଚଳଚ୍ଚିତ୍ର ଦେଖିକି ଫେରିବା ପରେ ଦର୍ଶକମାନେ ବେଶ୍‌ ଉତ୍ସାହିତ ଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର