ଏପ୍ରିଲ ୫ରୁ ‘ମଞ୍ଜରୀ’ରେ ପ୍ରସାରିତ ହେବ ପୌରାଣିକ ଧାରାବାହିକ ‘ମହାରଥୀ କର୍ଣ୍ଣ’

ପ୍ରତି ସୋମରୁ ଗୁରୁବାର ଅପରାହ୍ନ ୩ଟା ଓ ରାତି ୯ଟାରେ

ଭୁବନେଶ୍ବର: ମହାକାବ୍ୟ ମହାଭାରତର ପ୍ରତିଟି ଚରିତ୍ର ସେମାନଙ୍କ ବୀରତ୍ୱ, ପ୍ରତିବଦ୍ଧତା ଓ ପ୍ରତିଶୋଧକୁ ନେଇ ବେଶ୍ ଚର୍ଚ୍ଚିତ । କୌରବ ଓ ପାଣ୍ଡବମାନଙ୍କ ଭିିତରେ ଘଟିଥିବା ମହାଯୁଦ୍ଧର ଗୋଟିଏ ପାଖରେ ଥିଲେ କୁନ୍ତୀଙ୍କର ୫ ପୁତ୍ର ପାଣ୍ଡବ ଓ ପରିସ୍ଥିତିର ଚାପରେ କୌରବଙ୍କ ପକ୍ଷ ନେଇଥିଲେ ସୂର୍ଯ୍ୟଙ୍କର ଔରସରୁ ଜନ୍ମିତ କୁନ୍ତୀଙ୍କର ପୁତ୍ର ମହାବୀର କର୍ଣ୍ଣ ।

ଦୟା, କ୍ଷମା, ନିଷ୍ଠା ଓ ପ୍ରଚଣ୍ଡ ବୀରତ୍ୱର ଅଧିକାରୀ ମହାରଥୀ କର୍ଣ୍ଣ ମହାଭାରତର ଚର୍ଚ୍ଚିତ ଯୋଦ୍ଧାମାନଙ୍କ ଭିତରୁ ଅନ୍ୟତମ । ସୂର୍ଯ୍ୟପୁତ୍ର ହୋଇଥିଲେ ହେଁ ଆଜୀବନ ‘ସୂତପୁତ୍ର’ର ପରିଚୟରେ ସେ ଜୀବନର ଶେଷ ରକ୍ତବିନ୍ଦୁ ଥିବା ଯାଏଁ ବନ୍ଧୁ ଦୁର୍ଯ୍ୟୋଧନଙ୍କ ପକ୍ଷ ଛାଡି ନ ଥିଲେ।

କର୍ଣ୍ଣଙ୍କ ଜୀବନ ଓ ମହାକାବ୍ୟ ମହାଭାରତରେ ତାଙ୍କ ବନ୍ଧୁତ୍ୱ ଓ ବୀରତ୍ୱର କାହାଣୀକୁ ନେଇ ଏପ୍ରିଲ୍ ୫ ତାରିଖରୁ ପ୍ରତି ସୋମରୁ ଗୁରୁବାର ଲୋକପ୍ରିୟ ମନୋରଞ୍ଜନ ଚାନେଲ ‘ମଞ୍ଜରୀ’ରେ ପ୍ରସାରିତ ହେବାକୁ ଯାଉଛି ପୌରାଣିକ ଧାରାବାହିକ ‘ମହାରଥୀ କର୍ଣ୍ଣ’ । ଅପରାହ୍ନ ୩ଟା ଓ ରାତି ୯ଟାରେ ଏହି ଧାରାବାହିକଟିକୁ ‘ମଞ୍ଜରୀ’ର ଦର୍ଶକମାନେ ଉପଭୋଗ କରିପାରିବେ ।

ଓଡିଶାର ଅନ୍ୟ ସମସ୍ତ ମନୋରଞ୍ଜନ ଚାନେଲ ଦେୟଯୁକ୍ତ ହୋଇଥିବା ବେଳେ, ଦର୍ଶକମାନେ ‘ମଞ୍ଜରୀ’ରେ ପ୍ରସାରିତ କାର୍ଯ୍ୟକ୍ରମଗୁଡିକୁ ସମ୍ପୂର୍ଣ୍ଣ ଭାବେ ବିନାମୂଲ୍ୟରେ ଦେଖିବାକୁ ପାଉଛନ୍ତି, ଯାହାଫଳରେ ପୌରାଣିକ ଧାରାବାହିକ ‘ମହାରଥୀ କର୍ଣ୍ଣ’ ଦର୍ଶକମାନଙ୍କ ଦ୍ୱାରା ବେଶ୍ ଆଦୃତ ହେବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର