‘ନାମକରଣ’ ଅଭିନେତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ : ଘର ଛାଡ଼ିବାକୁ କହିବାରୁ ମାଡ଼ ମାରିଲେ ବନ୍ଧୁ ଓ ତାଙ୍କ ମା’

ମୁମ୍ବାଇ : ‘ନାମକରଣ’ ଓ ‘ଲୌଟ୍‌ ଆଓ ତ୍ରିଶା’ ଭଳି ହିନ୍ଦୀ ଧାରାବାହିକରେ କାମ କରି ସାରିଥିବା ଅଭିନେତ୍ରୀ ନଳିନୀ ନେଗିଙ୍କୁ ମାରଣାନ୍ତକ ଆକ୍ରମଣ କରାଯାଇଛି । ଜୋର ଜବରଦସ୍ତ ନଳିନୀଙ୍କ ଘରେ ରହୁଥିବା ତାଙ୍କ ସାଙ୍ଗ ପ୍ରୀତି ରାଣା ଓ ତାଙ୍କ ମା’ ସ୍ନେହଲତା ରାଣା ଏଭଳି କରିଥିବା ନେଇ ଅଭିଯୋଗ ଆଣିଛନ୍ତି ନଳିନୀ । ଏହି ଘଟଣା ପରେ ନଳିନୀଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ନଳିନୀ ଓ ପ୍ରୀତି କିଛି ବର୍ଷ ପୂର୍ବେ ଏକା ସାଙ୍ଗରେ ରହୁଥିଲେ । କିନ୍ତୁ କିଛି ଦିନ ପୂର୍ବରୁ ନଳିନୀ ଓସିଓ୍ଵାରାରେ ନିଜର ଏକ ସ୍ୱତନ୍ତ୍ର ଘର ନେଇ ରହିବାକୁ ଲାଗିଲେ । ପ୍ରୀତି ନିଜ ପାଇଁ ଘର ଖୋଜି ପାରୁ ନ ଥିବାରୁ କିଛି ସପ୍ତାହ ନଳିନୀଙ୍କ ଘରେ ରହିବା ପାଇଁ ଅନୁରୋଧ କରିଥିଲେ। ଏହା ପରେ ନଳିନୀ ପ୍ରୀତିଙ୍କୁ ରହିବାକୁ ଦେଇଥିଲେ । କିନ୍ତୁ କିଛି ଦିନ ପରେ ପ୍ରୀତିଙ୍କ ମା’ ସ୍ନେହଲତା ଆସି ପ୍ରୀତିଙ୍କ ସହ ରହିବାକୁ ଲାଗିଲେ । ଏହା ଦେଖି ଘର ଖୋଜିବାରେ ସାହାଯ୍ୟ କରିବାକୁ ଆସିଥିବେ ବୋଲି ଭାବି ନଳିନୀ କିଛି କହି ନଥିଲେ ।

Image result for naamkaran-actress-nalini-negi-accuses-roommate-brutally-hitting-her
India TV

ପରେ ନିଜ ମାତା-ପିତା ରହିବାକୁ ଆସୁଥିବା ଜାଣି ନଳିନୀ ପ୍ରୀତି ଓ ସ୍ନେହଲତାଙ୍କୁ ଘର ଖାଲି କରିବାକୁ କହିଥିଲେ । ଯାହା ପାଇଁ ଘଟଣା ଦିନ ନଳିନୀ ଜିମ୍‌ ବାହାରୁଥିବା ବେଳେ ସ୍ନେହଲତା ବିନା କୌଣସି କାରଣରେ ଝଗଡ଼ା କରିବା ଆରମ୍ଭ କରିଥିଲେ । ଗାଳି ଦେବା ସହ ପ୍ରୀତିଙ୍କୁ ଫୋନ କରି ନଳିନୀ ମୋତେ ଅସମ୍ମାନିତ କରିଥିବା କହିଥିଲେ । ଯାହା ପରେ ପ୍ରୀତି ଘରେ ପହଞ୍ଚି ନଳିନୀଙ୍କ ସହ ଝଗଡ଼ା କରିବା ସହ ସ୍ନେହଲତା ପାଣି ଗ୍ଲାସ ଫିଙ୍ଗି ନଳିନୀଙ୍କୁ ଆକ୍ରମଣ କରିଥିଲେ । ଏହା ପରେ ଦୁହେଁ ମିଶି ନଳିନୀଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ । ଯାହାଦ୍ୱାରା ତାଙ୍କ ମୁହଁ ଏବଂ ଶରୀରରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ପ୍ରୀତି ଓ ତାଙ୍କ ମା’ ମୋ ମୁହଁ ଖରାପ କରିବା ସହ ମୋତେ ଜୀବନରୁ ମାରିଦେବାକୁ ଚାହୁଁଥିଲେ ବୋଲି କହିଛନ୍ତି ନଳିନୀ ।

ସମ୍ବନ୍ଧିତ ଖବର