‘ନଚ୍‌ ବଲିଏ-୯’ ବିଜେତାଙ୍କୁ ମିଳିବ ସଲମାନଙ୍କ ସହ ଦବଙ୍ଗ-୩ରେ ସ୍କ୍ରିନ୍‌ ସେୟାର କରିବାର ସୁଯୋଗ

ମୁମ୍ବାଇ : ଆରମ୍ଭ ହେବା ପରେ ଏବେ ଟିଆର୍‌ପି ସୂଚୀରେ ଟପ୍‌-୫ରେ ରହିଛି ରିୟାଲିଟି ସୋ’ ‘ନଚ୍‌ ବଲିଏ-୯’ । ଏହି ସୋ’ର ପ୍ରଯୋଜନା ଦାୟିତ୍ୱ ପ୍ରଥମ ଥର ପାଇଁ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ ନେଇଥିବା ବେଳେ ସୋ’ର ବିଜେତାଙ୍କ ପାଇଁ ସେ ଖାସ୍‌ ଅଫର ନେଇ ଆସିଛନ୍ତି । ଦବଙ୍ଗ ଖାନ୍‌ଙ୍କ ସହ ସ୍କ୍ରିନ୍‌ ସେୟାର କରିବା ପାଇଁ ଲୋକେ ଅନାଇ ବସୁଥିବା ବେଳେ ଏବେ ‘ନଚ୍‌ ବଲିଏ-୯’  ବିଜେତାଙ୍କୁ ଖୁବ୍‌ ସହଜରେ ତାଙ୍କ ସହ କାମ କରିବାର ସୁଯୋଗ ମିଳିବାକୁ ଯାଉଛି ।

Image result for nach baliye 9
India TV

ସୂଚନା ମୁତାବକ, ଯେଉଁ ଯୋଡ଼ି ନଚ୍‌ ବଲିଏ ଜିତିବ, ତାକୁ ସଲମାନଙ୍କ ଆଗାମୀ ଫିଲ୍ମ ‘ଦବଙ୍ଗ-୩’ରେ ଏକ ଡ୍ୟାନ୍ସ ନମ୍ବରରେ କାମ କରିବାର ସୁଯୋଗ ଦିଆଯିବ । ତେବେ ଏହା ହଠାତ୍‌ ସ୍ଥିର କରାଯାଇ ନାହିଁ । ସୋ’ ଆରମ୍ଭ ପୂର୍ବରୁ ସଲମାନ ଏ ନେଇ ଯୋଜନା କରି ରଖିଥିଲେ । ଫିଲ୍ମର ସୁଟିଂ ସେପ୍ଟେମ୍ବରରେ ଶେଷ ହେଉଥିଲେ ମଧ୍ୟ ‘ନଚ୍‌ ବଲିଏ-୯’ର ବିଜେତା ଯୋଡ଼ି କରିବାକୁ ଥିବା ଗୀତର ସୁଟିଂ ନଭେମ୍ବରରେ ହେବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର