ମୁମ୍ବାଇ : ହ୍ଵିଲ୍ ଚେୟାରରେ ଦିଲ୍ଲୀର ଇଣ୍ଡିଆ ଗେଟ୍ରୁ ୧୫୦୦କି.ମି ଅତିକ୍ରମ କରି ମୁମ୍ବାଇର ଗେଟ୍େଓ୍ଵ ଅଫ୍ ଇଣ୍ଡିଆରେ ପହଞ୍ଚିବା ପାଇଁ ବାହାରି ଥିବା ‘ନଚ୍ ବଲିୟେ-୬’ ପ୍ରତିଯୋଗୀ ବିନୋଦ ଠାକୁର୍ଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି । ୧୫୦୦କି.ମି ଅତିକ୍ରମ କରି ମୁମ୍ବାଇରେ ପହଞ୍ଚିବା ପାଇଁ କିଛି ସମୟ ଥିବା ବେଳେ ବିନୋଦଙ୍କ ଶାରୀରିକ ଅବସ୍ଥା ହଠାତ୍ ଖରାପ ହୋଇ ଯାଇଥିଲା ବୋଲି ସୂଚନା ମିଳିଛି । ଶାରୀରିକ ସମସ୍ୟା ଦେଖାଯିବା ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣିବାକୁ ମିଳିିଛି । ଦିଲ୍ଲୀର ଇଣ୍ଡିଆ ଗେଟ୍ରୁ ୧୫୦୦କି.ମି ଅତିକ୍ରମ କରି ମୁମ୍ବାଇର ଗେଟ୍େଓ୍ଵ ଅଫ୍ ଇଣ୍ଡିଆରେ ପହଞ୍ଚିବା ପାଇଁ ୪୦ ଦିନ ସମୟ ଦିଆ ଯାଇଥିବା ବେଳେ ୩୦ ଏପ୍ରିଲରେ ଏହି ସମସୟସୀମା ସରିବାକୁ ଥିଲା । କିନ୍ତୁ ସରିବାର ଗୋଟେ ଦିନ ପୂର୍ବରୁ ତାଙ୍କର ଶରୀରିକ ସମସ୍ୟା ଦେଖା ଯାଇଥିଲା । ଡ଼ାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ତାଙ୍କର ନିମ୍ନ ରକ୍ତଚାପ, ଡ଼ିହାଇଡ଼୍ରେସନ୍ ଏବଂ ହୃଦ୍ ସ୍ପନ୍ଦନ ଠିକ୍ ନଥିଲା ବୋଲି ଡ଼ାକ୍ତର ଜଣାଇଛନ୍ତି ।
/sambad/media/post_attachments/wp-content/uploads/2018/04/5_042918022729-276x300.jpg)
ସୂଚନା ମୁତାବକ, ବିନୋଦ ଏକାଧାରାରେ ଜଣେ ନୃତ୍ୟଶିଳ୍ପୀ, ଷ୍ଟଣ୍ଟ ମାଷ୍ଟର ଏବଂ ହ୍ଵିଲ୍ ଚେୟାର କ୍ରିକେଟର । ଏହା ସହ ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ହୋଇଥିବା ପ୍ରସିଦ୍ଧ ରିୟାଲିଟି ସୋ’ ‘ନଚ୍ ବଲିୟେ’ ସିଜିନ୍ ୬ରେ ଭାଗ ନେଇ ସେ ରନର୍ସ ଅପ୍ ମଧ୍ୟ ହୋଇଥିଲେ । ତାଙ୍କର ସାହାସ ପାଇଁ ସେ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇ ପାରିଥିଲେ ।