ମୁମ୍ବାଇ: ତୃତୀୟ ପର୍ଯ୍ୟାୟ କର୍କଟ ରୋଗରେ ଆକ୍ରାନ୍ତ ବଲିଉଡ୍ ଅଭିନେତ୍ରୀ ନଫିସା ଅଲ୍ଳୀଙ୍କ କେମୋଥେରାପି ଆରମ୍ଭ ହୋଇଯାଇଛି। ଚିକିତ୍ସା ପରେ ତାଙ୍କ କେଶ ଝଡ଼ିବା ଆରମ୍ଭ ହେବାରୁ ନଫିସା ତାଙ୍କର ନାତିନାତୁଣୀଙ୍କ ଦ୍ୱାରା ଚୁଟି କଟାଇବା ସହ ସେ ସମୟର ଏକ ଭିଡିଓକୁ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି।
ନଫିସା ସେ ସମୟର ଭିଡିଓକୁ ତାଙ୍କ ଇନ୍ଷ୍ଟାଗ୍ରାମ୍ ଅକାଉଣ୍ଟ୍ରେ ସେୟାର୍ କରି ଲେଖିଛନ୍ତି, ‘ମୁଁ ମୋ ନାତିନାତୁଣୀମାନଙ୍କୁ ଏଥିପାଇଁ ମୋ କେଶ କାଟିବାକୁ କହିଲି ଯେ ଯେମିତି ସେ ଅନୁଭବ କରିପାରିବେ ନାହିଁ ଯେ ମୁଁ କେମୋ ପାଇଁ ନିଜକୁ ପ୍ରସ୍ତୁତ କରୁଛି। ଆମେ ଖୁବ୍ ମଜ୍ଜା କଲୁ।’
ଭିଡିଓଟିରେ ଦେଖିବାକୁ ମିଳିଛି ଯେ ନଫିସାଙ୍କ ଉଭୟ ନାତି ଓ ନାତୁଣୀ କଇଁଚି ଧରି ତାଙ୍କ କେଶ କାଟୁଛନ୍ତି। ଆହୁରି ଶୁଣିବାକୁ ମିଳୁଛି ଯେ ନଫିସା ସେମାନଙ୍କୁ ସେମାନଙ୍କ କାମ ପାଇଁ ପ୍ରଶଂସା କରି ଉତ୍ସବାହିତ ବି କରୁଛନ୍ତି।
ଏହି ଭିଡିଓ ସେୟାର୍ କରିବାର ପୂର୍ବ ଦିନ ନଫିସା ନିଜ କେଶର ଏକ ଫଟୋ ସେୟାର୍ କରିଥିଲେ। ତାଙ୍କ କେଶ ପ୍ରବଳ ମାତ୍ରାରେ ଝଡୁଥିବା ହେତୁ ସେ କାଲି ତାହାକୁ କାଟି ଦେଲେ ବୋଲି ଲେଖି ଦୁଃଖ ପ୍ରକାଶ କରିଥିଲେ।