ନୂଆଦିଲ୍ଲୀ: ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ବହୁତ ଲୁଚାଇ ରଖିଥିବା ବେଳେ କିଛି ଦିନ ତଳେ ନିର୍ବନ୍ଧ କରି ନିଜ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଅଗଷ୍ଟ ମାସ ଆରମ୍ଭରେ, ସେମାନେ ନିର୍ବନ୍ଧ କରି ପରସ୍ପରକୁ ଭଲ ପାଉଥିବା ବିଷୟରେ ସାର୍ବଜନୀନ କରିଥିଲେ। ନିର୍ବନ୍ଧ ପରେ ଏହି ଦମ୍ପତିଙ୍କ ଡିସେମ୍ବର ୪ରେ ବିବାହ କରିବାକୁ ଯାଉଥିବା ଜଣାପଡ଼ିଛି।

Advertisment

ବିବାହ ପୂର୍ବରୁ ଏବେ ବିବାହର ରୀତିନୀତି ଆରମ୍ଭ ହୋଇଛି। ଆଜି ଶୋଭିତାଙ୍କ ଦେହରେ ହଳନୀ ଲାଗିଛି। ହଳଦୀ ପାଇଁ ଶୋଭିତା ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧିଥିବା ଦେଖାଯାଇଛି। ଆଉ ଏକ ଫଟୋରେ ଶୋଭିତା ଲାଲ ରଙ୍ଗର ଶାଢ଼ୀ ପିନ୍ଧିଥିବା ବେଳେ ନାଗା ଚୈତନ୍ୟ ଧଳା ରଙ୍ଗର କୂର୍ତ୍ତା ପିନ୍ଧିଛନ୍ତି।

ତେବେ ନାଗା ଚୈତନ୍ୟଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ଏହାପୂର୍ବରୁ ସେ ଗୋଆରେ ସାଉଥ୍ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ। ହେଲେ ପରେ ସେମାନେ ପରସ୍ପରକୁ ଛାଡ଼ପତ୍ର ଦେଇ ଅଲଗା ହୋଇଯାଇଥିଲେ। ଛାଡ଼ପତ୍ର ପରେ ଚୈତନ୍ୟ, ଶୋଭିତାଙ୍କ ପ୍ରେମରେ ପଡ଼ିଲେ ନା ସାମନ୍ଥାଙ୍କ ସହ ଥିବା ବେଳେ ତାଙ୍କୁ ଧୋକା ଦେଇ ସେ ଶୋଭିତାଙ୍କୁ ଭଲପାଉଥିଲେ ତାହା ସାମ୍ନାକୁ ଆସିନାହିଁ ।