ନୂଆଦିଲ୍ଲୀ: ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ବହୁତ ଲୁଚାଇ ରଖିଥିବା ବେଳେ କିଛି ଦିନ ତଳେ ନିର୍ବନ୍ଧ କରି ନିଜ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଅଗଷ୍ଟ ମାସ ଆରମ୍ଭରେ, ସେମାନେ ନିର୍ବନ୍ଧ କରି ପରସ୍ପରକୁ ଭଲ ପାଉଥିବା ବିଷୟରେ ସାର୍ବଜନୀନ କରିଥିଲେ। ନିର୍ବନ୍ଧ ପରେ ପ୍ରଶଂସକମାନେ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଏବେ ଚୈତନ୍ୟ ଏବଂ ଶୋଭିତାଙ୍କ ବିବାହର ତାରିଖକୁ ନେଇ ଚର୍ଚ୍ଚା ଆରମ୍ଭ ହେଉଥିବା ବେଳେ ବିବାହ ପରେ ସେ ଶୋଭିତାଙ୍କ ସହ ନିଜ ପରିବାରକୁ କିଭଳି ଦେଖିବାକୁ ଚାହାନ୍ତି ତାହା କହିଛନ୍ତି ନାଗା ଚୈତନ୍ୟ।
Unfiltered, unscripted.. and unforgettable! 🤩#TheRanaDaggubatiShowOnPrime, New Series, Nov 23 only on @PrimeVideoIN@SpiritMediaIN@NameisNani@priyankaamohan@tejasajja123@sreeleela14#SidhuJonnalgadda@dulQuer@Meenakshiioffl@chay_akkineni#SumanthKumar#MiheekaDaggubati… pic.twitter.com/aS8CNztVcQ
— Rana Daggubati (@RanaDaggubati) November 15, 2024
ଅଭିନେତା ରାଣା ଦଗ୍ଗୁବତୀଙ୍କ ଚାଟ୍ ସୋ’କୁ ଯାଇ ସେ ଏହାର ଖୁଲାସା କରିଛନ୍ତି। ରାଣା ଯେତେବେଳେ ପଚାରୁଛନ୍ତି, ତୁମେ ତୁମ ପରିବାରକୁ କିଭଳି ଦେଖିବାକୁ ଚାହୁଛ? ଉତ୍ତରରେ ସେ କହୁଛନ୍ତି, ଖୁସିମୟ ବିବାହିତ ଜୀବନ ଏବଂ ବହୁତ ସାରା ପିଲା। ଏହା ଶୁଣି ହସିବାକୁ ଲାଗୁଛନ୍ତି ରାଣା। ବହୁତ ସାରା ମାନେ ୨ କି ୪ ବୋଲି ରାଣା ପଚାରିବାରୁ ଚୈତନ୍ୟ କେବଳ ହସି ଦେଉଥିବା ଦେଖାଯାଉଛି। ଚାଟ୍ ସୋ’ର ଟ୍ରେଲର ଆସିବା ପରେ ଚୈତନ୍ୟଙ୍କ ଭିଡିଓ ସାମ୍ନାକୁ ଆସିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/15/uNQMD9CkTDfWZ8LIZ45u.jpg)