ନୂଆଦିଲ୍ଲୀ: ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ସେମାନଙ୍କ ସମ୍ପର୍କକୁ ବହୁତ ଲୁଚାଇ ରଖିଥିବା ବେଳେ କିଛି ଦିନ ତଳେ ନିର୍ବନ୍ଧ କରି ନିଜ ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ। ଏହି ମାସ ଆରମ୍ଭରେ, ସେମାନେ ନିର୍ବନ୍ଧ କରି ପରସ୍ପରକୁ ଭଲ ପାଉଥିବା ବିଷୟରେ ସାର୍ବଜନୀନ କରିଥିଲେ। ନିର୍ବନ୍ଧ ପରେ ପ୍ରଶଂସକମାନେ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଏବେ ଚୈତନ୍ୟ ଏବଂ ଶୋଭିତାଙ୍କ ବିବାହର ତାରିଖ ଏବଂ ସ୍ଥାନ ସମ୍ପର୍କରେ ସୂଚନା ସାମ୍ନାକୁ ଆସିଛି।
ଜାତୀୟ ଗଣମାଧ୍ୟମ ଏବିପି ନିଉଜ୍ ଅନୁଯାୟୀ, ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ବର୍ଷ ଶେଷରେ କିମ୍ବା ମାର୍ଚ୍ଚ ୨୦୨୫ରେ ବିବାହ କରିବେ। ଦମ୍ପତିଙ୍କ ବିବାହ ସ୍ଥାନ ବିକଳ୍ପ ମଧ୍ୟରେ ରାଜସ୍ଥାନ ଶୀର୍ଷରେ ରହିଛି। ଏହା ମଧ୍ୟ କୁହାଯାଉଛି ଯେ ଚୈତନ୍ୟ ଏବଂ ଶୋଭିତା ବିବାହ ଉତ୍ସବ ପାଇଁ ମଧ୍ୟପ୍ରଦେଶ ଓ ବିଦେଶରେ ମଧ୍ୟ ଜାଗା ଖୋଜୁଛନ୍ତି ।
ତେବେ ନାଗା ଚୈତନ୍ୟଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ଏହାପୂର୍ବରୁ ସେ ଗୋଆରେ ସାଉଥ୍ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁଙ୍କୁ ବିବାହ କରିଥିଲେ। ହେଲେ ପରେ ସେମାନେ ପରସ୍ପରକୁ ଛାଡ଼ପତ୍ର ଦେଇ ଅଲଗା ହୋଇଯାଇଥିଲେ। ଛାଡ଼ପତ୍ର ପରେ ଚୈତନ୍ୟ, ଶୋଭିତାଙ୍କ ପ୍ରେମରେ ପଡ଼ିଲେ ନା ସାମନ୍ଥାଙ୍କ ସହ ଥିବା ବେଳେ ତାଙ୍କୁ ଧୋକା ଦେଇ ସେ ଶୋଭିତାଙ୍କୁ ଭଲପାଉଥିଲେ ତାହା ସାମ୍ନାକୁ ଆସିନାହିଁ ।