ନୂଆଦିଲ୍ଲୀ: ସାଉଥ୍ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଓ ସାଉଥ୍ ଅଭିନେତା ନାଗା ଚୈତନ୍ୟଙ୍କ ବିବାହ ୨୦୧୭ ଅକ୍ଟୋବର ୬ ତାରିଖରେ ଗୋଆରେ ହୋଇଥିଲା। ବିବାହର ୪ବର୍ଷ ପରେ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ସାମନ୍ଥାଙ୍କ ଠାରୁ ବିଚ୍ଛେଦ ହେବାର କିଛିଦିନ ପରେ ନାଗା ଶୋଭିତା ଧୂଲିପାଲାଙ୍କ ପ୍ରେମରେ ପଡ଼ିଥିଲେ। ନାଗା ଓ ଶୋଭିତା ଏବେ ଜୀବନସାଥୀ ଭାବେ ବାଟ ଚାଲିବାକୁ ସ୍ଥିର କରିଛନ୍ତି। ଦୁହିଁଙ୍କ ବିବାହ ପାଇଁ ରୀତିନୀତି ଆରମ୍ଭ ହୋଇଯାଇଛି। 

Advertisment

ତେବେ ସାମନ୍ଥାଙ୍କ ସହିତ ବିଚ୍ଛେଦ ହେବା ପରେ ନାଗାଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ନାଗା ଶୋଭିତାଙ୍କ ପ୍ରଥମ ଭେଟ ହୋଇଥିଲା। ଏହି ଭୋଜିରେ ଶୋଭିତାଙ୍କ ସ୍ବଭାବ ନାଗାଙ୍କୁ ଖୁବ ପସନ୍ଦ ଆସିଥିଲା। ସେ ନମ୍ବର ନେଇ କଥାବାର୍ତ୍ତା ହେବା ଆରମ୍ଭ କରିଥିଲେ।

ଏହପ‌ରଠାରୁ ଅନେକ ସ୍ଥାନରେ ନାଗାଙ୍କ ସହିତ ଶୋଭିତାଙ୍କୁ ଦେଖିବାକୁ ମିଳିଥିଲା। ଦୁହିଁଙ୍କୁ ଏକାଠି ଦେଖିବା ପରେ ସେମାନଙ୍କ ଭିତରେ ପ୍ରେମସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏହି ଚର୍ଚ୍ଚାକୁ ନେଇ ‌ଶୋଭିତା କି ନାଗା କେହି ମୁହଁ ଖୋଲି ନଥିଲେ।

ଏମିତି କି ନାଗା ଶୋଭିତାଙ୍କୁ ତାଙ୍କ ନୂଆଘର ବି ବୁଲାଇବାକୁ ନେଇଥିଲେ। ଯାହାର କିଛି ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିଥିଲା। 

ଅଗଷ୍ଟ ୯ରେ ଚୈତନ୍ୟଙ୍କ ପିତା ତଥା ଅଭିନେତା ନାଗାର୍ଜୁନ ତାଙ୍କ ଏକ୍ସରେ ଲେଖିଥିଲେ,‘ ମୋତେ ନାଗାର୍ଜୁନ ଓ ଶୋଭିତାଙ୍କ ନିର୍ବନ୍ଧର ହୋଇଥିବାର ଖବରକୁ ଘୋଷଣା କରିବାରେ ଖୁସି ଲାଗୁଛି। ଯାହାକି ଆଜି ସକାଳ ୯.୪୨ରେ ସମ୍ପର୍ଣ୍ଣ ହୋଇଛି।