ଭାରତୀୟ ସିନେମା ପ୍ରତି ଥିବା ଅବଦାନ ପାଇଁ ଶ୍ରୀଦେବୀ ଓ ରେଖାଙ୍କୁ ମିଳିବ ଅକିନେନୀ ନାଗେଶ୍ବର ରାଓ ଆୱାର୍ଡ

ନୂଆଦିଲ୍ଲୀ : ସାଉଥସୁପରଷ୍ଟାର ନାଗାର୍ଜୁନ ଓ ତାଙ୍କ ପରିବାର ବିଗତ କିଛି ବର୍ଷ ହେଲାଣି ଅକିନେନୀ ନାଗେଶ୍ବର ରାଓ ଆୱାର୍ଡ(ଏଏନଆର) ଦେଇ ଆସୁଛନ୍ତି। ନାଜାର୍ଜୁନ ନିଜ ବାପା ନାଗେଶ୍ବର ରାଓଙ୍କ ସ୍ମୃତିରେ ଏହି  ପୁରସ୍କାର ଦେଉଥିବା ବେଳେ ୨୦୧୮ ଓ ୨୦୧୯ ପାଇଁ ସେ ଆଜି ଦୁଇଟି ନାଁ ଘୋଷଣା କରିିଛନ୍ତି। ବଲିଉଡର ଦୁଇ ଦିଗ୍ଗଜ ଅଭିନେତ୍ରୀ ଏହି ପୁରସ୍କାରରେ ସମ୍ମାନିତ ହେବେ ବୋଲି ଜଣାପଡ଼ିଛି। ସେମାନେ ହେଲେ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଓ ‌ଅଭିନେତ୍ରୀ ରେଖା ।

ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ନାଗାର୍ଜୁନ ଏହି ଘୋଷଣା କରିଛନ୍ତି। ୨୦୧୮ପାଇଁ ସିନେମା ପ୍ରତି ଥିବା ତାଙ୍କ ଅବଦାନକୁ ଦେଖି ଶ୍ରଦେବୀଙ୍କୁ ସମ୍ମାନିତ କରାଯିବା ସହ ୨୦୧୯ପାଇଁ ସିନେମାରେ ଉତ୍କୃଷ୍ଟ ଅଭିନୟ  ପାଇଁ ରେଖାଙ୍କୁ ସମ୍ମାନିତ କରାଯିବ ବୋଲି ଘୋଷଣା କରିଥିଲେ ନାଗାର୍ଜୁନ। ନାଗାର୍ଜୁନଙ୍କ ଦ୍ବାରା ପରିଚାଳିତ ପ୍ରଯୋଜନା ସଂସ୍ଥା ଅନ୍ନପୂର୍ଣ୍ଣା ଷ୍ଟୁଡ଼ିଓ ଟୁଇଟ୍ କରି ଜଣାଇଛି କି, ୨୦୧୮ ଓ ୨୦୧୯ ପାଇଁ ଏଏନଆର ଆଜି ଘୋଷଣା କରାଯାଇଛି। ନଭେମ୍ବର ୧୭ରେ ହେବାକୁ ଥିବା ଆୱାର୍ଡ ସୋ’ରେ ଦିବଂଗତ ଶ୍ରୀଦେବୀ ଓ ଅଭିନେତ୍ରୀ ରେଖାଙ୍କୁ ଏହି ଆୱାର୍ଡରେ ସମ୍ମାନିତ କରାଯିବ। ସାଉଥ୍ ସୁପରଷ୍ଟାର  ଚିରଞ୍ଜିବୀ  ଏହି ପୁରସ୍କାର ପ୍ରଦାନ  ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ।

ସମ୍ବନ୍ଧିତ ଖବର