ନୂଆଦିଲ୍ଲୀ: ବିଆରଏସ ସଭାପତି କେ.ଟି ରାମା ରାଓ, ନାଗାର୍ଜୁନଙ୍କୁ ଧମକ ଦେଇଥିଲେ। ଏନ-କନଭେନସନ ସେଣ୍ଟର ଯଦି ଭାଙ୍ଗିବାକୁ ଚାହୁଁନାହଁ ତେବେ ମୋ ପାଖକୁ ସାମନ୍ଥାଙ୍କୁ ପଠାଅ ବୋଲି ନାଗାର୍ଜୁନଙ୍କୁ କହିଥିଲେ କେଟିଆର। ନିଜ କନଭେନସନ ସେଣ୍ଟର ବଞ୍ଚାଇବାକୁ ନାଗାର୍ଜୁନ, ସାମନ୍ଥାଙ୍କୁ କେଟିଆରଙ୍କ କଥା ମାନି ତାଙ୍କ ପାଖକୁ ଯିବାକୁ କହିଥିଲେ। ହେଲେ ସାମନ୍ଥା ରାଜି ହୋଇନଥିଲେ। ଏହି କାରଣରୁ ସାମନ୍ଥା ଓ ଚୈତନ୍ୟଙ୍କ ଛଡ଼ପତ୍ର ହୋଇଥିଲା। ତେଲେଙ୍ଗାନା ମନ୍ତ୍ରୀ କୋଣ୍ଡା ସୁରେଖାଙ୍କ ଏଭଳି ବୟାନ ପରେ ନାଗାର୍ଜୁନ ତାଙ୍କ ବିରୋଧରେ ୧୦୦କୋଟିର ମାନହାନୀ ମକଦ୍ଦମା କରିଛନ୍ତି।
କୋଣ୍ଡା ସୁରେଖା କ୍ଷମା ମାଗିସାରିଥିଲେ ବି ନାଗାର୍ଜୁନ ତାଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ମାନହାନୀ ମକଦ୍ଦମା କରିବେ ବୋଲି କହିଛନ୍ତି। ତାଙ୍କ କହିବା ମୁତାବକ, “ଗତକାଲି ଆମେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛୁ। ଆମେ ତାଙ୍କ ବିରୋଧରେ ଆଉ ୧୦୦କୋଟି ଟଙ୍କା ମାନହାନି ମକଦ୍ଦମା ଦାୟର କରିବାକୁ ଯାଉଛୁ। ଏଭଳି ଅପମାନଜନକ ମନ୍ତବ୍ୟ ଦେଇ ତାଙ୍କୁ ଖସିବାକୁ ଦେବୁ ନାହିଁ | ସେ ଏବେ ତାଙ୍କ ମନ୍ତବ୍ୟ ଫେରାଇ ନେଉଛନ୍ତି ବୋଲି କହିଛନ୍ତି। ସେ କେବଳ ସାମନ୍ଥାଙ୍କୁ କ୍ଷମା ମାଗିଛନ୍ତି। ଆଉ ମୋ ପରିବାର? ମୋତେ ଏବଂ ମୋ ପରିବାରକୁ ସେ ଏପର୍ଯ୍ୟନ୍ତ କ୍ଷମା ମାଗିନାହାନ୍ତି। ”
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/GrQqz9diYSdCR0Vva5Dr.jpg)