ହାଇଦ୍ରାବାଦ: ସାଉଥ ଷ୍ଟାର ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କ ପରେ ବର୍ତ୍ତମାନ ନାଗାର୍ଜୁନଙ୍କ ସାନପୁଅ ଅଖିଲ ଅକ୍କିନେନି ମଧ୍ୟ ନିର୍ବନ୍ଧ କରିଛନ୍ତି। ଅଖିଲ ଅକ୍କିନେନି, ଚିତ୍ରଶିଳ୍ପୀ ଜୈନବ ରାବଦଜୀଙ୍କୁ ତାଙ୍କ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଦୁହେଁ ନିର୍ବନ୍ଧ କରିଥିବା ବେଳେ ଏବେ ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ନାଗାର୍ଜୁନଙ୍କ ହେବାକୁ ଥିବା ସାନ ବୋହୂ ଜୈନବ ରାବଦଜୀ କିଏ ଏବଂ ସେ କେଉଁ କାମ କରନ୍ତି।
ଜାତୀୟ ଗଣମାଧ୍ୟମ ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସ ଅନୁଯାୟୀ, ଅଖିଲ ଅକ୍କିନେନିଙ୍କ ପ୍ରେମିକା ଜୈନବ ରାବଦଜୀ ମୁମ୍ବାଇର ଜଣେ ଚିତ୍ରଶିଳ୍ପୀ ତଥା ଚିତ୍ରକଳା ପ୍ରଦର୍ଶକ । ଜୈନବଙ୍କ ଇନଷ୍ଟାଗ୍ରାମ ବାୟୋ ଅନୁଯାୟୀ, ସେ ଜଣେ ଲାଇଫଷ୍ଟାଇଲ ବ୍ଲଗର୍ ମଧ୍ୟ | ହାଇଦ୍ରାବାଦର ବାସିନ୍ଦା ଜୈନବ ଏକ ମୁସଲମାନ ପରିବାରର ଅଟନ୍ତି। ସେ ଶିଳ୍ପପତି ଜୁଲଫି ରାବଦଜୀଙ୍କ ଝିଅ ଏବଂ ଜେଡଆର ରିନିଉଏବଲ ଏନର୍ଜି ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ୍ ଜୈନ ରାବଦଜୀଙ୍କ ଭଉଣୀ।
ଅଖିଲ ଆକ୍କିନେନି ଏବଂ ଜୈନବ ରାବଦଜୀଙ୍କ ନିର୍ବନ୍ଧ ପରେ ନାଗାର୍ଜୁନ ସେମାନଙ୍କ ବିବାହକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବିବାହ ତାରିଖ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ ଏବଂ ସେମାନେ ଆସନ୍ତା ବର୍ଷ ବିବାହ କରି ପାରନ୍ତି। ତେବେ ଅଖିଲ ଏବଂ ଜୈନବ ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ ବୋଲି ଜଣାପଡ଼ିଛି।
ଉଲ୍ଳେଖଯୋଗ୍ୟ, ଅଖିଲ ଅକ୍କିନେନି ପୂର୍ବରୁ ଜଣାଶୁଣା ବ୍ୟବସାୟ ମ୍ୟାଗ୍ନେଟ୍ ଜି ଭି କୃଷ୍ଣା ରେଡ୍ଡୀଙ୍କ ନାତୁଣୀ ଶ୍ରୀୟା ଭୁପାଲଙ୍କ ସହ ନିର୍ବନ୍ଧ କରିଥିଲେ। ଡିସେମ୍ବର ୨୦୧୬ରେ ଏହି ଦମ୍ପତି ନିର୍ବନ୍ଧ କରିଥିବା ବେଳେ ସେମାନଙ୍କର ବିବାହ ୨୦୧୭ ରେ ହେବ ବୋଲି ଯୋଜନା କରାଯାଇଥିଲା। ହେଲେ ଫେବ୍ରୁଆରି ୨୦୧୭ରେ ଦୁହେଁ ନିର୍ବନ୍ଧ ଭାଙ୍ଗୁଥିବା ଘୋଷଣା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/11/27/EPyBVzkBvxwBRMlFwW96.jpg)