‘େଓ୍ଵଲ୍‌କମଟୁ ନିଉୟର୍କ’ରେ ସୋନକ୍ଷୀଙ୍କ ସହ ନଜର ଆସିବେ ସଲମାନ୍‌

ମୁମ୍ବାଇ : ନିଜର ଆଗାମୀ ଚଳଚ୍ଚିତ୍ରର ରିଲିଜକୁ ନେଇ ଖୁବ୍‌ ଖୁସି ଅଛନ୍ତି ଦବଙ୍ଗ କୁଇନ୍‌ ସୋନାକ୍ଷୀ ସିହ୍ନା । ଫିଲ୍ମର ନାମ େଓ୍ଵଲ୍‌କମ ଟୁ ନିଉୟର୍କ ଥିବା ବେଳେ ଏଥିରେ ସେ ପଞ୍ଜାବୀ ସୁପରଷ୍ଟାର ଦିଲ୍‌ଜିତ୍‌ ଦୋସାଞ୍ଜଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ । କିନ୍ତୁ ମୁଖ୍ୟ କଥା ହେଲା ଏହି ଫିଲ୍ମର ଏକ ଗୀତରେ ସେ ପୁଣି ଥରେ ବଲିଉଡର ଟାଇଗର ସଲମାନ ଖାନ୍‌ଙ୍କ ସହ ନଜର ଆସିଛନ୍ତି ।
ଫିଲ୍ମରେ ଥିବା ‘ନେନ୍‌ ଫିସଲ ଗଏ’ରେ ସେ ସଲମାନଙ୍କ ସହ ପୁଣି ଥରେ ସ୍କ୍ରିନ ସେୟାର କରିଛନ୍ତି । ଏଥି ପାଇଁ ସେ ଅଧିକ ଉତ୍ସାହିତ ଥିବା ସହ ଦର୍ଶକମାନେ ପୁଣି ଥରେ ତାଙ୍କ ଯୋଡ଼ିକୁ ଭଲ ପାଇବା ଦେବେ ବୋଲି ସେ ଆଶା ରଖିଛନ୍ତି । ଏହି ଗୀତଟି ଗତ କାଲି ରିଲିଜ ହୋଇଥିବା ବେଳେ ଏହାକୁ କମ୍ପୋଜ କରିଛନ୍ତି ସାଜିଦ୍‌-ଓ୍ଵାଜିଦ୍‌ ଏବଂ ଏହାକୁ ଲେଖିଛନ୍ତି କୌନ୍‌ସର ମୁନିର ।

ଗୀତଟି ରିଲିଜ ହେବା ପରେ ଟ୍ଵିଟରକୁ ଯାଇ ସେନାକ୍ଷୀ ନିଜର ଖୁସିକୁ ନିଜ ପ୍ରଶଂସକମାନଙ୍କ ସହ ସେୟାର କରିଛନ୍ତି । ସେହି ଭିଡ଼ିଓର ଏକ ଫଟୋ ନେଇ ସେ ଟ୍ଵିଟରରେ ସେୟାର କରିଛନ୍ତି । ଯେଉଁଥିରେ ସଲମାନ ପଛ କରି ଠିଆ ହୋଇଥିବାର ଦେଖା ଯାଇଛି ।

“ମୋ ସହ ଏ କିଏ ?!?!? ଆପଣମାନେ ଜାଣି ପାରୁଛନ୍ତି କି ଦର୍ଜି ମ୍ୟାଡ଼ାମ କାହାର ମାପ ନେଉଛନ୍ତି???” ଏହି କ୍ୟାପ୍‌ସନ ଲେଖି ସେ ଫଟୋ ପୋଷ୍ଟ କରିଛନ୍ତି ।

ଫିଲ୍ମରେ ସଲମାନଙ୍କ ସହ ପୁଣି ଥରେ ସ୍କ୍ରିନ ସେୟାର କରିଥିବାରୁ ସେ ପୁରା ଖୁସି ଥିବା ଜଣା ପଡ଼ିଛି । ଫିଲ୍ମର ନିର୍ଦ୍ଦେଶନା ଚକ୍ରୀ ଟୋଲେଟି ଦେଇଥିବା ବେଳେ ଫିଲ୍ମଟି ଫେବ୍ରୁଆରି ୨୩ରେ ରିଲିଜ ହେବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର