ବୁଦ୍ଧାଦିତ୍ୟଙ୍କ ସହିତ ଥରଟିଏ କାମ କରିଛନ୍ତି ଏହି ନାୟିକା!

୨୦୦୪ର ବ୍ଲକ୍‌ବଷ୍ଟର ଓଡ଼ିଆ ମୁଭି ‘ଆଇ ଲଭ୍‌ ୟୁ’ ଓଲିଉଡ୍‍କୁ ଦେଇଥିଲା ଏକ ହିଟ୍‌ ଯୋଡ଼ି। ଏଥିରେ ନାୟକ ଭୂମିକାରେ ନଜର ଆସିଥିଲେ ଆଲ୍‌ବମ୍‌ ହିରୋ ଟର୍ଣ୍ଣଡ ଫିଲ୍ମ ହିରୋ ଅନୁଭବ ମହାନ୍ତି ଓ ମୁମ୍ବେୟା ଗର୍ଲ ମନ୍ରତା ଥାପ୍ପା ଏହିି ସିନେମାରେ ନାୟିକା ଭୂମିକାରେ ଦେଖା ଦେଇଥିଲେ। ‘ଆଇ ଲଭ୍‌ ୟୁ’ପରେ ଅନୁଭବଙ୍କ ବିପକ୍ଷରେ ନମ୍ରତାଙ୍କୁ ‘ପ୍ରିୟା ମୋ ପ୍ରିୟା’ଫିଲ୍ମରେ ଦେଖିବାକୁ ମିଳିଥିଲା।

ଠିକ୍‌ ସେହିପରି ଆଉ ଜଣେ ନବାଗତ ଅରିନ୍ଦମ୍‌ଙ୍କ ବିପକ୍ଷରେ ୨୦୦୬ର ସୁପରହିଟ୍‌ ଫିଲ୍ମ ‘ପ୍ରେମ ଋତୁ ଆସିଲାରେ’ରେ ନାୟିକା ଭୂମିକାରେ ନଜର ଆସିଥିଲେ ନମ୍ରତା। ସେ ଆଜିକାର ଲୋକପ୍ରିୟ ଷ୍ଟାର୍‌ ବୁଦ୍ଧାଦିତ୍ୟଙ୍କ ପ୍ରଥମ ସିନେମାର ନାୟିକା ଥିଲେ ନମ୍ରତା ଥାପ୍ପା। ଅରିନ୍ଦମ୍‌ଙ୍କ ବିପକ୍ଷରେ ନମ୍ରତା ନଜର ଆସିଥିଲେ ଏହାପରେ ‘ମିତରେ ମିତ’ସିନେମାରେ। କିନ୍ତୁ ଏହାପରେ ଉଭୟ ଅନୁଭବ ଓ ଅରିନ୍ଦମ୍‌ଙ୍କ ବିପକ୍ଷରେ ଥିବା କୌଣସି ସିନେମାରେ ନଜର ଆସିନାହାନ୍ତି। ଯା’ ହେଉନା କାହିଁକି ଅନୁଭବ ଓ ଅରିନ୍ଦମ୍‌ଙ୍କ ସହ ଦୁଇଟି ସିନେମାରେ କାମ କରିଥିଲେ ବି ବୁଦ୍ଧାଦିତ୍ୟଙ୍କ ବିପକ୍ଷରେ ଅନ୍ୟକୌଣସି ଫିଲ୍ମରେ କାମ କରିବାର ସୁଯୋଗ ମିଳିନାହିଁ ନମ୍ରତାଙ୍କୁ।

Ollywood Movie Ollywood Movie

ବୁଦ୍ଧାଦିତ୍ୟ ମହାନ୍ତି ‘ଆଇ ଲଭ୍‌ ମାଇଁ ଇଣ୍ଡିଆ’ପରେ ଅନେକ ଓଡ଼ିଆ ଛବିରେ ନାୟକ ଭୂମିକାରେ ନଜର ଆସିଛନ୍ତି,ହେଲେ ସେଥିମଧ୍ୟରୁ କୌଣସି ଗୋଟିକରେ ବି ନମ୍ରତା ନାୟିକା ଭାବେ ନଜର ଆସିନାହାନ୍ତି। ବୁଦ୍ଧାଦିତ୍ୟ ବର୍ଷା ପ୍ରିୟଦର୍ଶିନୀ, ଅର୍ଚ୍ଚିିତା,ଝିଲିକ୍‌ଙ୍କ ପରି ଆଗଧାଡ଼ିର ନାୟିକାଙ୍କ ସହ ଦେଖା ଦେଇଛନ୍ତି ଅବଶ୍ୟ। ସେ ଯା’ ହେଉନା କାହିଁକି ନମ୍ରତା ପ୍ରାୟତଃ ଛଅ ବର୍ଷ ହେବ କୌଣସି ଓଡ଼ିଆ ଛବିରେ କାମ କରିନାହାନ୍ତି।

ସମ୍ବନ୍ଧିତ ଖବର