ଓଲିଉଡ଼୍ରେ ତାଙ୍କୁ ମିଳିଥିଲା ଏକ ବିଗ୍ବ୍ରେକ୍। ସେ ସମୟରେ ଯେଉଁ ପ୍ରଡ଼କ୍ସନ୍ ହାଉସ୍ ଓଡ଼ିଶାରେ ନମ୍ବରଓ୍ଵାନ୍ ଭାବେ ବିବେଚିତ ହେଉଥିଲା,ସେହି ବ୍ୟାନରର ଏକ ଫିଲ୍ମ ଜରିଆରେ ଓଲିଉଡ଼୍ରେ ଡ଼େବ୍ୟୁ କରିଥିଲେ ଜଣେ ମୁମ୍ବେୟା ନାୟିକା।
ହଁ ଏଠାରେ ଯେଉଁ ନାୟିକାଙ୍କ କଥା କୁହାଯାଉଛି,ସେ ହେଲେ ନମ୍ରତା ଥାପ୍ପା।ଆଉ ଓଡ଼ିଆ ଛବିରୁ ସେ ଓଲିଉଡ଼୍ରେ କ୍ୟାରିଅର୍ ଆରମ୍ଭ କରିଥିଲେ,ତାହା ହେଲା ବ୍ରଜରାଜ୍ ମୁଭିଜ୍ର ବ୍ଲକ୍ବଷ୍ଟର ମୁଭି ‘ଆଇ ଲଭ୍ ୟୁ’। ସଞ୍ଜୟ ନାୟକଙ୍କ ପ୍ରଯୋଜିତ ଏହି ଫିଲ୍ମରୁ ଅନୁଭବ ବି ହିରୋଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ।‘ଆଇ ଲଭ୍ ୟୁ’ରେ ନମ୍ରତାଙ୍କୁ ମିଳିଥିଲା ଜଣେ ଦୃଷ୍ଟିହୀନ ଯୁବତୀର ଭୂମିକା
ଏହାପରେ ପୁଣି ନମ୍ରତା ଥାପ୍ପାଙ୍କୁ ଆଉ ଗୋଟିଏ ଓଡ଼ିଆ ଛବିରେ ବି ଦୃଷ୍ଟିହୀନା ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମର ଟାଇଟଲ ହେଲା‘ରସିକ ନାଗର’।ଶ୍ରୀ ବଳଦେବ ଜୀଉ ପ୍ରଡ଼କ୍ସନ୍ର ଏହି ଓଡ଼ିଆ ଛବିରେ ନିର୍ଦ୍ଦେଶନା ଦେଇଥିଲେ ଦିଲୀପ ପଣ୍ଡା। ସଂଯୋଗବଶତଃ ଏହା ଥିଲା ତାଙ୍କର ପ୍ରଥମ ସିନେମା।‘ରସିକ ନାଗର’ରେ ମଧ୍ୟ ନମ୍ରତା ବନିଥିଲେ ଦୃଷ୍ଟିହୀନା।ଏଥିରେ ନମ୍ରତାଙ୍କୁ ମିଳିଥିଲା ସିଦ୍ଧାନ୍ତଙ୍କ ସାଥ୍। ଅର୍ଥାତ୍ ‘ରସିକ ନାଗର’ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ସାଜିଥିଲେ ନମ୍ରତା।
ଏହାପରେ ନମ୍ରତା ଆହୁରି କେତୋଟି ଓଡ଼ିଆ ଛବିରେ ଅଭିନୟ କରିଥିଲେ ମଧ୍ୟ କୌଣସିଟିରେ ସେଭଳି ଭୂମିକାରେ ନଜର ଆସିନାହାଁନ୍ତି।
ଦୁଇଟି ସିନେମାରେ ଦୃଷ୍ଟିହୀନା ସାଜିଥିଲେ ନମ୍ରତା!
/sambad/media/post_attachments/wp-content/uploads/2017/09/namrata-thappa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)