ନୂଆଦିଲ୍ଲୀ : କିଛି ଦିନ ତଳେ ଜୋମାଟୋ ଫୁଡ୍ ଡ଼େଲିଭରି ବଏଙ୍କ ଅସଲ କାର୍ନାମା ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଡ଼େଲିଭର କରିବାକୁ ଥିବା ଖାଦ୍ୟାକୁ ଅଇଁଠା କରି ଖାଉଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଥିଲା । ଯାହା ପରେ କମ୍ପାନୀ ତରଫରୁ ଉକ୍ତ ଡ଼େଲିଭରି ବଏକୁ ଚାକିରିରୁ ବାହାର କରି ଦିଆଯିବା ସହ ଆଗକୁ ଯେମିତି ଏଭଳି ଭୁଲ ନ ହୁଏ,ସେ ନେଇ କମ୍ପାନୀ ତରଫରୁ ଆଗକୁ ଟ୍ୟାମ୍ପର ପ୍ରୁଫ୍ ଟେପ୍ ଲଗାଯାଇ ଖାଦ୍ୟ ପ୍ୟାକ୍ କରାଯିବ ବୋଲି କୁହାଯାଇଥିଲା । ଏହି ଘଟଣାକୁ ନେଇ ମିଶ୍ର ପ୍ରତିକ୍ରିୟା ମିଳିଥିବା ବେଳେ ସାମ୍ନାକୁ ଆସିଛନ୍ତି ଅଭିନେତ୍ରୀ ତଥା ସାଉଥ୍ ସୁପରଷ୍ଟାର ମହେଶ ବାବୁଙ୍କ ଧର୍ମପତ୍ନୀ ନମ୍ରତା ଶିରୋଦକର ।
ଇନ୍ଷ୍ଟାଗ୍ରାମରେ ଜୋମାଟୋ ବଏଙ୍କ ଭିଡ଼ିଓ ସେୟାର କରି ଏହା ଜାଣି ଆଶ୍ଚର୍ଯ୍ୟ ହେଲି କି ଏଭଳି ବ୍ରାଣ୍ଡେଡ୍ ଫୁଡ଼୍ କମ୍ପାନୀମାନେ ଏଭଳି କାମ କରୁଛନ୍ତି । ଏଭଳି ଘଟଣା ପରେ ମୁଁ ମୋ ପିଲାମାନଙ୍କୁ କେବେ ହେଲେ ଅନ୍ଲାଇନ୍ ଖାଦ୍ୟ ଅର୍ଡ଼ର କରିବାକୁ ପ୍ରୋତ୍ସାହିତ କରିବି ନାହିଁ । ଆପଣମାନଙ୍କୁ ମଧ୍ୟ ଏପରି ନ କରିବା ପାଇଁ ମୁଁ ପରାମର୍ଶ ଦେଉଛି ।