ସୁଶାନ୍ତଙ୍କ ଘରେ ପହଞ୍ଚି ସମବେଦନା ଜଣାଇଲେ ନାନା ପାଟେକର

ପାଟନା: ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତ ସିନା ଚାଲିଯାଇଛନ୍ତି, ଏବେ ବି ତାଙ୍କ ଫ୍ୟାନମାନେ ତାଙ୍କୁ ଝୁରୁଛନ୍ତି | ଜୁନ୍ ୧୪ରେ ସୁଶାନ୍ତ ତାଙ୍କ ମୁମ୍ବାଇ ଘରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପରଠାରୁ ଅନେକ କଳାକାର ଏବଂ ରାଜନେତା ସୁଶାନ୍ତଙ୍କ ପୈତୃକ ଘରେ ପହଂଚିଥିଲେ | ଆଜି ବଲିଉଡର ଲୋକପ୍ରିୟ ଅଭିନେତା ନାନା ପାଟେକର ମଧ୍ୟ ସୁଶାନ୍ତଙ୍କ ଘରେ ପହଂଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି |

 

 

View this post on Instagram

 

A post shared by Nana patekar (@nana.patekar) on


ଆଜି ନାନା ପାଟେକର ପାଟନାର ରାଜୀବ ନଗରରେ ଥିବା ସୁଶାନ୍ତଙ୍କ ପୈତୃକ ଘରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଛନ୍ତି | ନାନାଙ୍କ ବ୍ୟତୀତ ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ ତେଜ ପ୍ରତାପ ଯାଦବ ସୁଶାନ୍ତଙ୍କ ଘରେ ପହଞ୍ଚି ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ରାଜନେତା ସୁଶୀଲ କୁମାର ମୋଦୀ ମଧ୍ୟ ନିକଟରେ ସୁଶାନ୍ତଙ୍କ ପରିବାରକୁ ଭେଟିଥିଲେ।

ଏହା ବ୍ୟତୀତ ଚଳଚ୍ଚିତ୍ର ଅଭିନେତା ମନୋଜ ତିୱାରୀ, ଅଭିନେତା ପୱନ ସିଂ, ଅଭିନେତା ଖେସରୀ ଲାଲ ଯାଦବ, ଗାୟିକା-ଅଭିନେତା ଅକ୍ଷରା ସିଂ ମଧ୍ୟ ସୁଶାନ୍ତଙ୍କ ପରିବାରକୁ ଭେଟିଥିଲେ।

ସମ୍ବନ୍ଧିତ ଖବର