ସୁଟିଂ ଅଧାରେ ରଖି ଫେରି ଆସିଲେ ନାନା ପାଟେକର, ସେଟ୍‌ରେ ଅପେକ୍ଷା କରି ରହିଲେ ସହକଳାକାର,ଏହା ଥିଲା କାରଣ

ମୁମ୍ବାଇ : ବଲିଉଡ୍‌ ଅଭିନେତା ନାନା ପାଟେକରଙ୍କୁ ନେଇ ଅଭିନେତ୍ରୀ ତନୁଶ୍ରୀ ଦତ୍ତା କରିଥିବା ଖୁଲାସାର ପ୍ରଭାବ ଏବେ ନାନାଙ୍କ ଜୀବନ ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି । ପୂର୍ବରୁ ସେ ଏନେଇ ନିଜର କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ ଏ ଘଟଣରେ କେତେ ସତ୍ୟତା ରହିଛି ସେ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ତେବେ ଏହି ଘଟଣାକୁ ନେଇ ନାନାଙ୍କ ଉପରେ କିଭଳି ପ୍ରଭାବ ପଡ଼ିଛି ତାହା ଦେଖିବାକୁ ମିଳିଛି । ପୂର୍ବରୁ କୌଣସି ପ୍ରତିକ୍ରିୟା ରଖି ନଥିବା ନାନା ଏବେ ‘ହାଉସ୍‌ଫୁଲ-୪’ର ସୁଟିଂ ବନ୍ଦ କରିଥିବା ଜଣାପଡ଼ିଛି ।

India Today

ସୁଟିଂ ପାଇଁ ସେ ମୁମ୍ବାଇରୁ ଜୟସଲମେର ଯାଇଥିବା ବେଳେ ଏବେ ସେ ସୁଟିଂ ବନ୍ଦ କରି ପୁଣି ମୁମ୍ବାଇ ଫେରି ଆସିଥିବା ସୂଚନା ମିଳିଛି । ସୁଟିଂ ସେଟ୍‌ରେ କଳାକାର ଏବଂ କ୍ରିଉ ମେମ୍ବର ତାଙ୍କୁ ଅପେକ୍ଷା କରି ବସିଥିବା ବେଳେ ପହଞ୍ଚି ନ ଥିଲେ । ପରେ ସେ ତନୁଶ୍ରୀଙ୍କୁ ଆଇନର ବାଟ ଆପଣାଇ ଉଚିତ୍‌ ଜବାବ ଦେବା ପାଇଁ ମୁମ୍ବାଇ ଫେରି ଯାଇଥିବା ଜଣା ପଡ଼ିଥିଲା । ଅନ୍ୟ ପକ୍ଷରେ ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ ଫିଲ୍ମରେ ନାନାଙ୍କର ଥିବା ଦୃଶ୍ୟ ପରେ ସୁଟ୍‌ କରାଯିବ ବୋଲି ମତ ରଖିଥିଲେ ।

ସମ୍ବନ୍ଧିତ ଖବର