ୟୁ-ଟ୍ୟୁବରେ ମୁକ୍ତିଲାଭ କରିଥିବା କ୍ଷୁଦ୍ର ଚଳଚ୍ଚିତ୍ର ‘ଆଇନା’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଅଭିନେତା କରନ ଆନନ୍ଦ ଏବେ ୟଶରାଜ ବ୍ୟାନରରେ ଅଭିନୟ ସୁଯୋଗ ପାଇଛନ୍ତି। କରନ ପୂର୍ବରୁ ସଲମନ ଖାନ୍, ଅକ୍ଷୟ କୁମାରଙ୍କ ଭଳି ବଡ଼ ତାରକାଙ୍କ ସହ କାମ କରିଛନ୍ତି। ଏହି ଅବସରରେ କରନ ଆନନ୍ଦ କହିଛନ୍ତି, ବଲିଉଡ୍କୁ କେବଳ ବୁଝିବା ପାଇଁ ମତେ ୫ ବର୍ଷ ଲାଗିଗଲା। ନାନା ପାଟେକର ତାଙ୍କୁ କିଭଳି ପ୍ରସିଦ୍ଧି ଅର୍ଜନର ବାଟ ବତାଇଥିଲେ ସେ ସମ୍ପର୍କରେ ମତ ରଖି କରନ କହିଛନ୍ତି, ନାନା ପାଟେକର କହିଥିଲେ ଯେପର୍ଯ୍ୟନ୍ତ ଚରିତ୍ର ପସନ୍ଦ ନଆସିଛି ସେ ପର୍ଯ୍ୟନ୍ତ ମନା କରିବା ଶିଖ। ଦେଖିବ ଜୀବନରେ କେବେ ଅବ ସୋସ ରହିବ ନାହିଁ। ଏହାକୁ ଆଧାର କରି ତାଙ୍କୁ ଯେଉଁ ଫିଲ୍ମରେ ନିଜ ଚରିତ୍ର ଭଲ ଲାଗୁଛି ସେ ସେଥିରେ ଅଭିନୟ କରୁଥିବା କହିଛନ୍ତି।
କରନଙ୍କୁ ବଲିଉଡ୍ରେ ପ୍ରସିଦ୍ଧି ଅର୍ଜନର ବାଟ ବତାଇଲେ ନାନା ପାଟେକର
/sambad/media/post_attachments/wp-content/uploads/2020/09/karan-anand.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)