ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ଏବେ ବଲିଉଡ୍ରେ #ମି ଠୁ ଅଭିଯାନ ଜୋର ସୋରରେ ଆରମ୍ଭ ହୋଇ ଯାଇଛି । ଅନେକ ଅଭିନେତ୍ରୀ ସାମ୍ନା କରିଥିବା ଯୌନ ଶୋଷଣର ଘଟଣାର ଖୁଲାସା କରୁଥିବା ବେଳେ ଏହି ସୂଚୀରେ ସାମିଲ ହୋଇଥିଲେ ‘ହାଉସ୍ଫୁଲ୍-୪’ର ନିର୍ଦ୍ଦେଶକ ସାଜିଦ୍ ଖାନ୍ । ଯାହା ପରେ ତାଙ୍କୁ ଫିଲ୍ମ ଛାଡ଼ିବାକୁ ପଡ଼ିଥିଲା । ଏବେ ନାନାଙ୍କୁ ଫିଲ୍ମରୁ ବାହାର କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଆଉ କେଉଁ କଳାକାରଙ୍କୁ ନିଆଯିବ ସେ ନେଇ ଆଲୋଚନା ଆରମ୍ଭ ହୋଇଛି । ନାନାଙ୍କ ସ୍ଥାନରେ ଅଭିନେତା ସଞ୍ଜୟ ଦତ୍ତ ବା ଅନୀଲ କପୁରଙ୍କୁ ନିଆଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ନାନାଙ୍କ ସ୍ଥାନରେ କାହାକୁ ନିଆଯିବ ସେ ନିଷ୍ପତ୍ତି ଏ ପର୍ଯ୍ୟନ୍ତ ନିଆ ଯାଇ ପାରି ନାହିଁ ।
/sambad/media/post_attachments/wp-content/uploads/2018/10/nanapatekar-300x200.jpg)
ସୂଚନା ମୁତାବକ, ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍’ର ସୁଟିଂ ସମୟରେ ନାନା ତନୁଶ୍ରୀଙ୍କ ସହ କରିଥିବା ଅଶାଳୀନ ବ୍ୟବହାର ବିଷୟରେ ତନୁଶ୍ରୀ ମୁହଁ ଖୋଲିବା ପରେ ସାରା ବଲିଉଡ୍ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ପ୍ରଥମେ ଏହାକୁ କେହି ଏତେ ଗୁରୁତ୍ୱ ଦେଇ ନଥିବା ବେଳେ ପରେ ଧିରେ ଧିରେ ଏହାର ବିଭିନ୍ନ ଦିଗର ଖୁଲାସା ହେବାରେ ଲାଗିଥିଲା । ଯାହାର ପରିଣାମ ସ୍ୱରୁପ ନାନଙ୍କୁ ଏବେ ଫିଲ୍ମରୁ ବାହାର କରି ଦିଆଯାଇଥିବା ଜଣା ପଡ଼ିଛି ।