ଯୌନ ଶୋଷଣର ଅଭିଯୋଗ ଲାଗିବା ପରେ ‘ହାଉସ୍ଫୁଲ୍-୪’ରୁ ବାହାରିଲେ ନାନା ପାଟେକର, ଜାଣନ୍ତୁ ତାଙ୍କ ସ୍ଥାନରେ କେଉଁ କଳାକାର ନେଇ ପାରନ୍ତି ଏଣ୍ଟ୍ରି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅଭିନେତା ନାନା ପାଟେକରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ଏବେ ବଲିଉଡ୍ରେ #ମି ଠୁ ଅଭିଯାନ ଜୋର ସୋରରେ ଆରମ୍ଭ ହୋଇ ଯାଇଛି । ଅନେକ ଅଭିନେତ୍ରୀ ସାମ୍ନା କରିଥିବା ଯୌନ ଶୋଷଣର ଘଟଣାର ଖୁଲାସା କରୁଥିବା ବେଳେ ଏହି ସୂଚୀରେ ସାମିଲ ହୋଇଥିଲେ ‘ହାଉସ୍ଫୁଲ୍-୪’ର ନିର୍ଦ୍ଦେଶକ ସାଜିଦ୍ ଖାନ୍ । ଯାହା ପରେ ତାଙ୍କୁ ଫିଲ୍ମ ଛାଡ଼ିବାକୁ ପଡ଼ିଥିଲା । ଏବେ ନାନାଙ୍କୁ ଫିଲ୍ମରୁ ବାହାର କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଆଉ କେଉଁ କଳାକାରଙ୍କୁ ନିଆଯିବ ସେ ନେଇ ଆଲୋଚନା ଆରମ୍ଭ ହୋଇଛି । ନାନାଙ୍କ ସ୍ଥାନରେ ଅଭିନେତା ସଞ୍ଜୟ ଦତ୍ତ ବା ଅନୀଲ କପୁରଙ୍କୁ ନିଆଯିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ନାନାଙ୍କ ସ୍ଥାନରେ କାହାକୁ ନିଆଯିବ ସେ ନିଷ୍ପତ୍ତି ଏ ପର୍ଯ୍ୟନ୍ତ ନିଆ ଯାଇ ପାରି ନାହିଁ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍’ର ସୁଟିଂ ସମୟରେ ନାନା ତନୁଶ୍ରୀଙ୍କ ସହ କରିଥିବା ଅଶାଳୀନ ବ୍ୟବହାର ବିଷୟରେ ତନୁଶ୍ରୀ ମୁହଁ ଖୋଲିବା ପରେ ସାରା ବଲିଉଡ୍ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । ପ୍ରଥମେ ଏହାକୁ କେହି ଏତେ ଗୁରୁତ୍ୱ ଦେଇ ନଥିବା ବେଳେ ପରେ ଧିରେ ଧିରେ ଏହାର ବିଭିନ୍ନ ଦିଗର ଖୁଲାସା ହେବାରେ ଲାଗିଥିଲା । ଯାହାର ପରିଣାମ ସ୍ୱରୁପ ନାନଙ୍କୁ ଏବେ ଫିଲ୍ମରୁ ବାହାର କରି ଦିଆଯାଇଥିବା ଜଣା ପଡ଼ିଛି ।