ମଞ୍ଜରୀ ଚ୍ୟାନେଲରେ ପ୍ରସାରିତ ଟିଭି ଧାରାବାହିକ ‘ନଣନ୍ଦ ପୁଟୁଳି’ରେ ପ୍ରିୟାଂଶୁ ଭାବେ ନଜର ଆସିଥିବା ଓଡ଼ିଆ ଟେଲି ଅଭିନେତା ବିଶ୍ୱଦୀପ୍ ଦାସ ଏବେ ଚର୍ଚ୍ଚାରେ। ପୂର୍ବରୁ ତାଙ୍କୁ ଅନେକ ଧାରାବାହିକରେ ଦେଖିବାକୁ ମିଳିଥିଲେ ବି ଏହି ଧାରାବାହିକରେ ତାଙ୍କ ଲୋକପ୍ରିୟତା ଶିଖର ଛୁଇଁଛି। ପିଲାଟି ଦିନରୁ ଅଭିନେତା ହେବା ପାଇଁ ଆଶା ରଖିଥିବା ବିଶ୍ୱଦୀପ୍ ଡିଡି ନ୍ୟାସନାଲ୍ରେ ପ୍ରସାରିତ ଓଡ଼ିଆ ଧାରାବାହିକ ‘କୁହୁଡ଼ି’ରୁ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ ତାଙ୍କୁ ଅନେକ ଆଲବମ୍ ଏବଂ ଟିଭି ଧାରାବାହିକରେ ଦେଖିବାକୁ ମିଳିଛି। ତାଙ୍କ ଆକର୍ଷଣୀୟ ଚେହେରା ଓ ସୁନ୍ଦର ଅଭିନୟ ଛୋଟ ପରଦାରେ ତାଙ୍କୁ ଏକ ବଡ଼ ପରିଚୟ ଦେଇଛି। ବିଶ୍ୱଦୀପ୍ କହିଛନ୍ତି, ଅଭିନୟ ଜୀବନ ତାଙ୍କର ଏବେ ଠିକ୍ ଭାବେ ଚାଲିଥିଲେ ବି ସେ ନିଜକୁ କୌଣସି ଏକ ଚରିତ୍ରରେ ସୀମିତ ରଖିବା ପାଇଁ ଚାହୁନାହାନ୍ତି। ସେ ଆହୁରି କହିଛନ୍ତି, ଧାରାବାହିକ ‘ନଣନ୍ଦ ପୁଟୁଳି’ରେ ଅଭିନୟ କରି ସେ ଖୁବ୍ ଖୁସି ଅଛନ୍ତି ଏବଂ ଏହି ଧାରାବାହିକ ତାଙ୍କ କ୍ୟାରିୟର୍ ପାଇଁ ଏକ ନୂଆ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା ରଖିଛନ୍ତି।
ବିଶ୍ୱଦୀପ୍ଙ୍କ ଲୋକପ୍ରିୟତା ବଢ଼ାଇଲା ‘ନଣନ୍ଦ ପୁଟୁଳି’
/sambad/media/post_attachments/wp-content/uploads/2020/10/dgjh4dg9j7d9g8j7d98gj7dgjjjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)