ନୂଆଦିଲ୍ଲୀ: ତେଲୁଗୁ ସୁପରଷ୍ଟାର ନନ୍ଦମୁରୀ ବାଲକ୍ରିଷ୍ଣା ବିଭିନ୍ନ କାରଣ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ବେଳେବେଳେ ତାଙ୍କ ଚଳଚ୍ଚିତ୍ର ଏବଂ ବେଳେବେଳେ ଅନ୍ୟ କାରଣ ପାଇଁ ସେ ଲାଇମ୍ ଲାଇଟକୁ ଆସନ୍ତି। ଗତବର୍ଷ ସୋସିଆଲ ମିଡିଆରେ ଅଭିନେତାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଜଣେ ଅଭିନେତ୍ରୀଙ୍କୁ ଠେଲି ଦେଉଥିବା ଦେଖାଯାଇଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଇଥିଲା।
ଏବେ ତାଙ୍କ ଆଗାମୀ ଫିଲ୍ମର ଏକ ଗୀତକୁ ନେଇ ଟ୍ରୋଲ ହେଉଛନ୍ତି ନନ୍ଦମୁରୀ। ସୁପରଷ୍ଟାର ନନ୍ଦମୁରୀ ବାଲକ୍ରିଷ୍ଣା ଓ ଅଭିନେତ୍ରୀ ଉର୍ବଶୀ ରାଉତେଲା ଫିଲ୍ମ ଡାକୁ ମହାରାଜରେ ଏକାଠି ନଜର ଆସିବେ। ଏହି ଫିଲ୍ମର ଏକ ଗୀତ ଦାବିଡି ଦିବିଡ଼ି ରିଲିଜ୍ ହୋଇଥିବା ବେଳେ ଏହାର କୋରିଓଗ୍ରାଫି କାହାକୁ ପସନ୍ଦ ଆସିନାହିଁ।
What on earth did I just watch? 🤮🤮 A grown man dancing so inappropriately with someone who could be his daughter?
— Mastikhor 🤪 (@ventingout247) January 2, 2025
Who even comes up with such 'genius' choreography, and why did the hero agree to this? Absolutely disgusting🙏🏻🙏🏻#DabidiDibidi #DaakuMaharaaj pic.twitter.com/BlENomwL0A
ଉର୍ବଶୀଙ୍କ ସହିତ ନନ୍ଦମୁରୀଙ୍କର ଯେଉଁ ସବୁ ଡ୍ୟାନ୍ସ ଷ୍ଟେପ ରହିଛି ତାହା ଲୋକଙ୍କୁ ପସନ୍ଦ ଆସିନାହିଁ। ଭିଡିଓ ସାମ୍ନାକୁ ଆସିବା ପରେ ଏତେ ବୟସ୍କ ହୋଇ ନନ୍ଦମୁରୀ କିଭଳି ନିଜ ଝିଅ ବୟସର ଅଭିନେତ୍ରୀଙ୍କ ସହ ଏଭଳି ନାଚିପାରୁଛନ୍ତି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏହା ସହ କିଛି ଲୋକ ଏହାକୁ ଆଶ୍ଲୀଳ ବୋଲି ମଧ୍ୟ କହିଛନ୍ତି।