ଫ୍ରେଞ୍ଚ ବ୍ୟବସାୟୀଙ୍କ ସହ ସଂପର୍କ ପ୍ରସଙ୍ଗରେ ‘ମୁଁ ମୋ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହେଁ’ ବୋଲି କହିଲେ ଅଭିନେତ୍ରୀ-ନିର୍ଦ୍ଦେଶିକା ନନ୍ଦିତା ଦାସ

ମୁମ୍ବାଇ : ଫିଲ୍ମ ‘ମଣ୍ଟୋ’ ଦ୍ୱାରା ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିଥିଲେ ଅଭିନେତ୍ରୀ-ନିର୍ଦ୍ଦେଶିକା ନନ୍ଦିତା ଦାସ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକି । ଭାରତରେ ଏହି ଫିଲ୍ମକୁ ଦର୍ଶକଙ୍କ ପ୍ରଶଂସା ମିଳିଥିବା ବେଳେ ପାକିସ୍ତାନରେ ଦର୍ଶକେ ଏହି ଫିଲ୍ମ ଦେଖିବାର ସୁଯୋଗ ପାଇ ପାରି ନ ଥିଲେ । ଫିଲ୍ମଟି ଉର୍ଦ୍ଦୁ ଲେଖକ ସାଦତ୍‌ ହସନ ମଣ୍ଟୋଙ୍କ ଜୀବନି ଉପରେ ନିର୍ମାଣ କରାଯାଇଥିଲା,ଯେଉଁଥିରେ ସିଦ୍ଦିକି ନିଖୁଣ ଅଭିନୟ କରି ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଥିଲେ ।

bollywoodbubble.com

ତେବେ ଏବେ ଫିଲ୍ମ ଅପେକ୍ଷା ଅଭିନେତ୍ରୀ ନନ୍ଦିତା ଦାସଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ଜଣେ ଫ୍ରେଞ୍ଚ ବ୍ୟବସାୟୀଙ୍କୁ ଡେଟ୍‌ କରୁଥିବା ଜଣାପଡ଼ିଛି । ଦୁହେଁ ସାଥୀରେ ସମୟ କଟାଉଥିବା ସହ ସାଥୀରେ ଖାଇବା ଏବଂ ଜିନିଷ କିଣାକିଣି କରୁଥିବା ଦେଖା ଯାଇଛି । ଯୁବକଙ୍କ ନାଁ ଜିନ୍‌ ପିୟରେ ଲେ କାଲବେଜ୍‌ ବୋଲି ଜଣା ପଡ଼ିଥିବା ବେଳେ ନନ୍ଦିତା ଦାସଙ୍କ ସହ ତାଙ୍କର କିଛି ସଂପର୍କ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଥମ ସ୍ୱାମୀ ସୁବୋଧ ମଶ୍‌ଖରାଙ୍କଠାରୁ ଅଲଗା ହେବା ପରେ ନନ୍ଦିତା ଜିନ୍‌ ପିୟରେଙ୍କ ନିକଟତର ହୋଇଥିଲେ ବୋଲି କୁହାଯାଉଛି। ଏ ନେଇ ନନ୍ଦିତା ଦାସଙ୍କ ପ୍ରତିକ୍ରିୟ ମଗା ଯାଇଥିବା ବେଳେ, ‘ମୁଁ ମୋ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହେଁ’ ବୋଲି କହିଥିଲେ ସେ।

ସମ୍ବନ୍ଧିତ ଖବର