ଏବେ ହରର୍‌ ସିନେମାରେ ନରଗୀସ୍‌

ମୁମ୍ବାଇ: ମଝିରେ କିଛି ଦିନ ଧରି ବଲିଉଡର ଅସଫଳ ନାୟିକା ବଲିଉଡ ନାୟିକା ନରଗୀସ୍ ଫକରୀ ରାଣୀ ମୁଖାର୍ଜୀଙ୍କ ଦିଅର ଉଦୟ ଚୋପ୍ରାଙ୍କୁ ବାହା ହେବେ ତାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିଲା। ଉଦୟ ଚୋପ୍ରା ତାଙ୍କର ଗର୍ଲ ଫ୍ରେଣ୍ଡ ତଥା ଅସଫଳ ନାୟିକା ନରଗୀସ୍ ଫାକରୀଙ୍କୁ ବାହା ହେବେ ବୋଲି କୁହାଯାଉଥିଲା। ସେ ଦୁହେଁ ଏବେ ଲିଭ ଇନ୍ ରିଲେସନରେ ଥିଲେ।

ହେଲେ ବଲିଉଡର ଏହି ନାୟିକା ଏବେ ଅନ୍ୟ କାରଣରୁ ଚର୍ଚ୍ଚାରେ ରହିଛନ୍ତି। ହଁ ନରଗୀସ୍ ଫକରୀ ଏବେଏକ ହରର୍‌ ସିନେମାରେ କାମ କରୁଛନ୍ତି। ଏହି ସିନେମାର ଟାଇଟଲ ରହିଛି ‘ଅମାବାସ୍‌’ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ଭୂଷଣ ପଟେଲ୍‌। ଏହା ହେବ ନରଗୀସଙ୍କର ପ୍ରଥମ ହରର୍‌ ସିନେମା। ଇତିମଧ୍ୟରେ ଏହାର ସୁଟିଂ ଲଣ୍ଡନରେ ଆରମ୍ଭ ହୋଇଛି। ଏବେ ଅନୁଷ୍କା ଶର୍ମାଙ୍କର ଅପକମିଂ ହରର୍‌ ଫିଲ୍ମ ‘ପରୀ’ ଚର୍ଚ୍ଚାରେ ଥିବା ବେଳେ ନରଗୀସ ବି ଅମାବାସକୁ ନେଇ ଉତ୍ସାହିତ ଅଛନ୍ତି। ନରଗୀସ୍‌ ବଲିଉଡରେ ରଣବୀର କପୁର ,ଜନ୍‌ ଆବ୍ରାହମ୍‌ ଏବଂ ବରୁଣ ଧଓ୍ଵନ୍‌ଙ୍କ ଭଳି ନାୟକଙ୍କ ସହ କାମ କରିଛନ୍ତି। ।

photo-amarujala

ଏଠାରେ ସୂଚନାଯୋଗ୍ୟ ଯେ ନରଗୀସ୍ ଇମତିଆଜ୍ ଅଲ୍ଲୀଙ୍କ ‘ରକଷ୍ଟାର’ ଜରିଆରେ ବଲିଉଡରେ ନାୟିକା ଭାବେ ପ୍ରବେଶ କରିଥିଲେ । ତାପରେ ତାଙ୍କୁ ମେଁ ତେରା ହିରୋ ଭଳି ସିନେମାରେ ବି ଲିଡ ରୋଲରେ ଦେଖିବାକୁ ମିଳିଛି। ଅପରପକ୍ଷରେ ୨୦୦୦ରେ ରିଲିଜ୍ ହୋଇଥିବା ‘ମୋହବତେଁ’ରୁ ଆକ୍ଟିଂ କାରିଅର୍ ଆରମ୍ଭ କରିଥିଲେ ଉଦୟ। ଏହାପରେ ତାଙ୍କୁ ମେରେ ୟାର୍ କି ଶାଦିଭଳି କେତୋଟି ହାତଗଣତି ସିନେମାରେ ଦେଖିବାକୁ ପାଇଛନ୍ତି ଦର୍ଶକ।

ସମ୍ବନ୍ଧିତ ଖବର