ପ୍ରିୟଙ୍କା-ନିକ୍‌ଙ୍କ ହେବାକୁ ଥିବା ସନ୍ତାନକୁ ନେଇ ଏଭଳି ମତ ରଖିଲେ ନର୍‌ଗିସ୍‌ ଫକ୍‌ରି

ମୁମ୍ବାଇ: ଦୀପ୍‌-ବୀରଙ୍କ ବିବାହ ପରେ ବିବାହ କରିଥିଲେ ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଆମେରିକାର ଜଣେ କଣ୍ଠଶିଳ୍ପୀ ନିକ୍‌ ଜୋନସ୍‌ଙ୍କ ସହ ଯୋଧପୁରର ଉମୈଦ ଭବନରେ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିୟାନ ରୀତିନୀତିରେ ବିବାହ ସଂପନ୍ନ ହୋଇଥିଲା । ବିବାହ ପରେ ଦୁହେଁ ଦିଲ୍ଲୀ ଏବଂ ମୁମ୍ବାଇରେ ବିବାହର ଭୋଜି ରଖିଥିଲେ ।

ଯେଉଁଠାକୁ ବିଭିନ୍ନ କ୍ଷେତ୍ରର ଲୋକ ଆସି ଯୋଗ ଦେଇଥିଲେ । ଏବେ ବିବାହ ପରେ ସେମାନଙ୍କର ପ୍ରଶଂସକ ସେମାନଙ୍କ ହନିମୁନ୍‌ ଏବଂ ସନ୍ତାନ ଜନ୍ମକୁ ନେଇ ଚର୍ଚ୍ଚା ଆରମ୍ଭ କରିଛନ୍ତି । ପ୍ରିୟଙ୍କା କେବେ ମା’ ହେବେ ସେ ନେଇ ସମସ୍ତେ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା କରୁଥିବା ଦେଖାଯାଇଛି । ତେବେ ଏମାନଙ୍କ ମଧ୍ୟରେ ଜଣେ ଅଭିନେତ୍ରୀ ନିକ୍‌ୟାଙ୍କାଙ୍କ ସନ୍ତାନକୁ ନେଇ ନିଜର ମତ ରଖିଥିବା ଦେଖା ଯାଇଛି ।

News Nation

ସୂଚନା ମୁତାବକ, ପ୍ରିୟଙ୍କା ନିଜ ବିବାହ ଭୋଜିର ଫଟୋ ଟୁଇଟ୍‌ରରେ ଛାଡ଼ିବା ପରେ ଅଭିନେତ୍ରୀ ନର୍‌ଗୀସ୍‌ ଫକ୍‌ରୀ ନିଜର ପ୍ରତିକ୍ରିୟା ରଖିଥିଲେ । ତୁମ ଦୁଇ ଜଣଙ୍କ ପିଲାମାନେ ବହୁତ ସୁନ୍ଦର ହେବେ ବୋଲି ନର୍‌ଗୀସ୍‌ ନିଜର ମତ ରଖିଥିଲେ ।

ସମ୍ବନ୍ଧିତ ଖବର