ନସିରୁଦ୍ଦିନ୍‌ ଶାହାଙ୍କ ବୟାନକୁ ନେଇ ଜଣେ ଯୁବକ ପଠାଇଲେ ପାକିସ୍ତାନର ଟିକେଟ: କହିଲେ; ଅଗଷ୍ଟ ୧୫ ବେଳକୁ ଜଣେ ଦେଶଦ୍ରୋହୀ କମ୍‌ ହୋଇଯିବ

ମେରଠ : ବୁଲନ୍ଦସର ଘଟଣାକୁ ନେଇ ଗତକାଲି ଏକ ସାକ୍ଷାତକାରରେ ନିଜର ମତ ରଖିଥିଲେ ବଲିଉଡ୍‌ ଅଭିନେତା ନସିରୁଦ୍ଦିନ୍‌ ଶାହା । ସେ ଦେଇଥିବା ବିବାଦୀୟ ବୟାନକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଥିବା ଜଣାପଡ଼ିଛି । ଏବେ ଭାରତରେ ରହିବାକୁ ଡ଼ର ଲାଗିଲାଣି । ମୋତେ ମୋ ପିଲାମାନଙ୍କ ପାଇଁ ଚିନ୍ତା ଲାଗୁଛି ବୋଲି ନସିରୁଦ୍ଦିନ ଶାହା ମତ ଦେଇଥିବା ବେଳେ ଏବେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଉତ୍ତରପ୍ରଦେଶର ନବନିର୍ମାଣ ସେନାର ପ୍ରମୁଖ ଅମିତ୍‌ ଜାନି ଶାହାଙ୍କ ଘରକୁ ପାକିସ୍ତାନର ଟିକେଟ ପଠାଇ ତାଙ୍କୁ ପାକିସ୍ତାନ ଯିବା ପାଇଁ କହିଥିବା ଜଣାପଡ଼ିଛି ।

Firstpost

ଅମିତ୍‌ ନସିରୁଦ୍ଦିଙ୍କ ପାଇଁ ଅଗଷ୍ଟ ୧୪,୨୦୧୯ର ମୁମ୍ବାଇରୁ କରାଚୀକୁ ଯିବା ପାଇଁ ଟିକେଟ୍‌ ବୁକ୍‌ କରିଥିବା ଜଣାପଡ଼ିଛି । ଟିକେଟ୍‌ ପଠାଇବା ସହ ଯଦି ଶାହାଙ୍କୁ ଭାରତରେ ରହିବା ପାଇଁ ଡ଼ର ଲାଗୁଛି ତେବେ ସେ ଅଚିନ୍ତାରେ ପାକିସ୍ତାନ ଯାଇପାରନ୍ତି । ଅଗଷ୍ଟ ୧୫ ବେଳକୁ ଦେଶରୁ ଏକ ଦେଶଦ୍ରୋହୀ ଖାଲି ହୋଇ ଯାଇଥିବ। ଯଦି ତାଙ୍କୁ ଡ଼ର ଲାଗୁଛି,ତେବେ ସେ ହନୁମାନ ଚାଳିଶା ମଧ୍ୟ ପଢ଼ି ପାରିବେ । କାରଣ ସେମିତିରେ ବି ଏବେ ହନୁମାନଙ୍କୁ ମୁସଲମାନ ବୋଲି କୁହାଯାଇ ସାରିଛି ବୋଲି କହିଛନ୍ତି ଅମିତ୍‌ ଜାନୀ ।

ସମ୍ବନ୍ଧିତ ଖବର