ମୁମ୍ବାଇ: ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମ ‘ଦି କେରଳ ଷ୍ଟୋରୀ’। ରିଲିଜର ୧୮ଦିନରେ ଫିଲ୍ମଟି ୨୦୦କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ଏବେ ଫିଲ୍ମର ଆୟ ୨୫୦କୋଟି ପାଖାପାଖି ପହଞ୍ଚିଛି। ଚଳିତ ବର୍ଷର ଦ୍ବିତୀୟ ବଡ଼ ବଲିଉଡ ଫିଲ୍ମ ପାଲଟିଛି ‘ଦି କେରଳ ଷ୍ଟୋରୀ’। ଏତେ କମ ବଜେଟରେ ନିର୍ମାଣ ହୋଇଥିବା ଫିଲ୍ମଟି ଏତେ ସଫଳ ହେବ ବୋଲି କେହି ଆଶା ରଖିନଥିବା ବେଳେ ଫିଲ୍ମଟି କମାଲ କରିଛି। ଏତେ ସଫଳତା ମିଳିବା ପରେ ବଲିଉଡ ଅଭିନେତା ନସିରୁଦ୍ଦିନ ଶାହ ଫିଲ୍ମର ସଫଳତାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି।
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ନାସିରୁଦ୍ଦିନ ଶାହା କହିଛନ୍ତି, ଭିଡ୍, ଅଫବାହ, ଫରାଜ ଭଳି ଯୋଗ୍ୟ ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ହୋଇଗଲା। ଏହି ଚଳଚ୍ଚିତ୍ର ଦେଖିବା ପାଇଁ କେହି ଥିଏଟରକୁ ଗଲେ ନାହିଁ। କିନ୍ତୁ ଲୋକେ 'ଦି କେରଳ ଷ୍ଟୋରୀ' ଦେଖିବାକୁ ସିନେମା ହଲକୁ ଯାଉଛନ୍ତି। ମୁଁ ଏହି ଚଳଚ୍ଚିତ୍ର ଦେଖି ନାହିଁ ଏବଂ ମୁଁ ଏହା ଦେଖିବାକୁ ମଧ୍ୟ ଇଚ୍ଛା କରେ ନାହିଁ। କାରଣ ମୁଁ ଏହା ବିଷୟରେ ବହୁତ କିଛି ପଢ଼ି ସାରିଛି। 'ଦି କେରଳ ଷ୍ଟୋରୀ' ଭଳି ଫିଲ୍ମ ସଫଳ ହେବା ଦେଶ ପାଇଁ ବିପଦ। ଆମେ ନାଜି ଜର୍ମାନୀ ଆଡକୁ ଯାଉଛେ, ଯେଉଁଠାରେ ହିଟଲରଙ୍କ ସମୟରେ ମୁଖ୍ୟ ନେତାଙ୍କ ମାଧ୍ୟମରେ ଚଳଚ୍ଚିତ୍ର ନିର୍ମାତା ନିଯୁକ୍ତ କରାଯାଉଥିଲେ। ଏହା ଦ୍ବାରା ନିର୍ମାତା ତାଙ୍କ ଚଳଚ୍ଚିତ୍ରରେ ସରକାରଙ୍କୁ ପ୍ରଶଂସା କରିବା ସହ ଦେଶବାସୀଙ୍କ ପାଇଁ ସେ କ’ଣ କରିଛନ୍ତି ତାହା ଦେଖାଉଥିଲେ। ଏବେ ଭାରତରେ ସେଭଳି ଟ୍ରେଣ୍ଡ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/ସ-7.jpg)