ମୁମ୍ବାଇ: ବଲିଉଡ୍ରେ ନିଜର ଅଭିନୟ ଯାଦୁରେ ସମସ୍ତଙ୍କୁ ବାନ୍ଧିବା ସହ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଅଭିନେତା ନସିରୁଦ୍ଦିନ ଶାହା । ଶେଷ ଥର ପାଇଁ ତାଙ୍କୁ ଫିଲ୍ମ ହୋପ୍ ଔର ହମ୍ରେ ଦର୍ଶକେ ଦେଖିବାକୁ ପାଇଥିଲେ । ଏହି ଫିଲ୍ମଟି ଚଳିତ ବର୍ଷ ମେ ମାସରେ ରିଲିଜ୍ ହୋଇଥିଲା । କିଛି ଦିନ ହେବ ସେ ଲାଇମ୍ ଲାଇଟ୍ରୁ ନିଜକୁ ଦୂରରେ ରଖିଥିବା ବେଳେ ଏବେ ସଲମାନଙ୍କୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ନସିରୁଦ୍ଦିନ୍ ଶାହା ।
/sambad/media/post_attachments/wp-content/uploads/2018/10/5d449c50-db3d-11e8-a68b-5bb9980ab23e-300x188.jpg)
ତାଙ୍କ ମତରେ, "ଫିଲ୍ମଗୁଡ଼ିକ ଯୁବପିଢ଼ିମାନଙ୍କୁ ଆଗକୁ ବଢ଼ାଇବା ପାଇଁ ପଥ ପ୍ରଦର୍ଶକ ହୋଇଥାଏ । ଯାହାକୁ ଦେଖି ପିଲାମାନେ କିଛି ଶଖିବା ସହ ଆଗକୁ ବଢ଼ିବେ । ଯାହାର ଦାୟିତ୍ୱ ଆମମାନଙ୍କ ଉପରେ ରହିଛି । କିନ୍ତୁ ଆଜିକାଲି ତିଆରି କରାଯାଉଥିବା ଫିଚର ଫିଲ୍ମରୁ ପିଲାମାନେ କିଛି ଶିଖିବାକୁ ପାଉନାହାଁନ୍ତି । ଯାହା କିଛି ଶିକ୍ଷଣୀୟ ଜିନିଷ ରହିଛି ତାହା ଡ଼କ୍ୟୁମେଣ୍ଟ୍ରି ଫିଲ୍ମରେ ରହିଛି । ଯାହା ପାଇଁ ମୁଁ ‘ଏ େଓ୍ଵଡ଼୍ନେସ୍ ଡ଼େ’ ଏବଂ ‘ରୋଗନ ଜୋଶ’ ଭଳି ଫିଲ୍ମରେ କାମ କରିଛି । ମୁଁ ଏବେ ଏଭଳି ଫିଲ୍ମ କରୁଛି, ଯାହାକୁ ୨୦୦ବର୍ଷ ପରେ ମଧ୍ୟ ପିଲାମାନେ ଦେଖି ପାରିବେ । ଲୋକମାନେ ଜାଣିବା ଦରକାର ୨୦୧୮ରେ ଭାରତୀୟ ସିନେମା କିପରି ଥିଲା । ଏମିତି ନ ହେଉ କି ୨୦୦ ବର୍ଷ ପୂର୍ବେ ସେମାନେ କେବଳ ସଲମାନଙ୍କର ହିଁ ଫିଲ୍ମ ଦେଖିବାକୁ ବାଧ୍ୟ ହୁଅନ୍ତୁ" ବୋଲି କହିଥିଲେ ନସିରୁଦ୍ଦିନ ଶାହା ।