ମୁମ୍ବାଇ : କ୍ରିକେଟର ବା କୌଣସି ବଲିଉଡ୍ କଳାକାର ପରସ୍ପରର ପ୍ରେମରେ ପଡ଼ିବା ଖବର ନୂଆ ନୁହେଁ । ପୂର୍ବରୁ ଏଭଳି ଅନେକ ଯୋଡ଼ି ସାମ୍ନାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ବିବାହ କରିଛନ୍ତି ତ କିଛି ଯୋଡ଼ିଙ୍କ ବିଚ୍ଛେଦ ହୋଇଛି । ଏ ମଧ୍ୟରେ ଏବେ ସାମିଲ ହୋଇଛି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ନତାଶା ସ୍ତାନକୋବିକଙ୍କ ନାଁ । ଉର୍ବଶୀଙ୍କ ପରେ ଏବେ ହାର୍ଦ୍ଦିକ ନତାଶାଙ୍କୁ ଡେଟ୍ କରିବା ଆରମ୍ଭ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।
amarujala.comହାର୍ଦ୍ଦିକ ନତାଶାଙ୍କୁ ନିଜ ପରିବାର ସହ ଦେଖା କରାଇ ସାରିଥିବା ବେଳେ ଖୁବ୍ ଶୀଘ୍ର ଦୁହେଁ ବିବାହ କରି ପାରନ୍ତି ବୋଲି ଖବର ସାମ୍ନାକୁ ଆସୁଛି । ଦୁହିଁଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ହାର୍ଦ୍ଦିକଙ୍କ ଜନ୍ମଦିନରେ ନତାଶା କରିଥିବା ଏକ ପୋଷ୍ଟ ଚର୍ଚ୍ଚାକୁ ଆହୁରି ବଢ଼ାଇଥିଲା । କିନ୍ତୁ ଦୁହିଁଙ୍କ ପକ୍ଷରୁ ଏ ନେଇ କୌଣସି ଅଧିକାରୀକ ଘୋଷଣା କରାଯାଇ ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/-3.jpg)