ମୁମ୍ବାଇ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୧୮ରେ ପ୍ରତିଭାଗୀମାନଙ୍କର ଅଭିନୟ ଦକ୍ଷତାକୁ ତଉଲା ଯାଇ ଅଭିନେତା ବିନୋଦ ଖାନା ଏବଂ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ମରଣୋତ୍ତର ଭାବେ ଯଥାକ୍ରମେ ସମ୍ମାନଜନକ ଦାଦା ସାହେବ ଫାଲେକ ପୁରସ୍କାର ଏବଂ ଶ୍ରେଷ୍ଠ ଅଭିନେତ୍ରୀ ମାନ୍ୟତା ଦିଆଯାଇଛି। ତାମିଲ୍, ତେଲୁଗୁ ଏବଂ ହିନ୍ଦୀ ଆଦି ଭିନ୍ନ ଭାଷାରେ ପ୍ରାୟ ୩୦୦ ଚଳଚ୍ଚିତ୍ରରେ ଅବତୀର୍ଣ୍ଣ ହୋଇଥିବା ଶ୍ରୀଦେବୀଙ୍କୁ ଏହି ପୁରସ୍କାର ‘ମମ୍’ ଚଳଚ୍ଚିତ୍ର ପାଇଁ ପ୍ରଦାନ କରାଯାଇଛି। ସେହିପରି ‘ନାଗରକିର୍ତ୍ତନ’ ଚଳଚ୍ଚିତ୍ରର ନାୟକ ରିଦ୍ଧି ସେନଙ୍କୁ ଶେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି ଏବଂ ଶ୍ରେଷ୍ଠ ବ୍ୟଙ୍ଗ ଚଳଚ୍ଚିତ୍ର ସମ୍ମାନ ପାଇଛି ‘ନିଉଟନ୍’। ସେହିପରି ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି ଓସ୍କାର ପୁରସ୍କାର ବିଜେତା ଏଆର୍ ରହମାନ। ସେ ଚଳଚ୍ଚିତ୍ର ତାମିଲ ‘କାତ୍ରୁ ଭେଲିଇଦାଇ’ ପାଇଁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଏବଂ ହିନ୍ଦୀ ଚଳଚ୍ଚିତ୍ର ‘ମମ୍’ ପାଇଁ ଶ୍ରେଷ୍ଠ ପ୍ରଚ୍ଛଦ ସଂଗୀତ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଶ୍ରେଷ୍ଠ କୋରିଓଗ୍ରାଫର ସମ୍ମାନରେ ସମ୍ମାନିତ ହୋଇଛନ୍ତି ଗଣେଶ ଆଚାର୍ଯ୍ୟ। ତାଙ୍କୁ ‘ଟଏଲଟ୍: ଏକ୍ ପ୍ରେମ କଥା’ ଚଳଚ୍ଚିତ୍ର ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ବାଜିମାତ କରିଛି ‘ବାହୁବଳୀ-୨: ଦ କନ୍କ୍ଲୁଜନ୍’।
/sambad/media/post_attachments/wp-content/uploads/2018/04/569644-bollywood-actor-and-politician-vinod-khanna-hospitalized-death-news-goes-viral-on-whatsapp-300x169.jpg)
ଏମାନଙ୍କ ବ୍ୟତୀତ ଚଳଚ୍ଚିତ୍ରକୁ କି ପୁରସ୍କାର ମିଳିଛି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।
ଶ୍ରେଷ୍ଠ ଫିଚର୍ ଚଳଚ୍ଚିତ୍ର: ଭିଜେଲ ରକ୍ଷ୍ଟାର୍(ଆସାମୀ)
ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ: ଗିରିଧର ଝା
ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର: ଲଡଖ
ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର: କଚ୍ଚା ନିମ୍ବୁ
ଶ୍ରେଷ୍ଠ ମାଲାୟମ ଚଳଚ୍ଚିତ୍ର: ଥୋଣ୍ଡିମୁଥଲମ୍ ଦ୍ରିକ୍ସାୟମ୍
ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର: ‘ନିଉଟନ୍’
ଶ୍ରେଷ୍ଠ ବଙ୍ଗାଳୀ ଚଳଚ୍ଚିତ୍ର: ମୟୂରାକ୍ଷୀ
ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର: ହେଲୋ ଆର୍ସି
ଶ୍ରେଷ୍ଠ ଆସାମୀ ଚଳଚ୍ଚିତ୍ର: ଇସୁ
ଶ୍ରେଷ୍ଠ ତାମିଲ ଚଳଚ୍ଚିତ୍ର: ଟୁ ଲେଟ୍
ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର:ଗାଜି
ଶ୍ରେଷ୍ଠ ଗୁଜୁରାଟ ଚଳଚ୍ଚିତ୍ର:ଡିଏଚ୍ଏଚ୍
ଶ୍ରେଷ୍ଠ କନ୍ନାଡା ଚଳଚ୍ଚିତ୍ର: ହେବତେୁ ରମକ୍କା
ସ୍ୱତନ୍ତ୍ର ଜୁରି ପୁରସ୍କାର: ନଗରକିର୍ତ୍ତନ (ବଙ୍ଗାଳୀ)
ଶ୍ରେଷ୍ଠ ଗୀତ: ମୁଥୁ ରତ୍ନ(କାନ୍ନାଡା ଚଳଚ୍ଚିତ୍ର ମାର୍ଚ ୨୨)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/india-entertainment-cinema-bollywood_df22b1f6-19b1-11e8-80b7-5f600041ef82.jpg)