ମୁମ୍ବାଇ: ଭାରତର ‌ଲୋକପ୍ରିୟ ହାସ୍ୟ ଅଭିନେତା ହେଉଛନ୍ତି କପିଲ ଶର୍ମା। ଅନେକ ସମୟରେ ସେ ନିଜ କମେଡି ବା ନିଜ ଫିଲ୍ମ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଅତୀତରେ ସେ ନିଜ ସୋ’ ପାଇଁ ଅନେକ ବିବାଦରେ ମଧ୍ୟ ଛନ୍ଦି ହୋଇଛନ୍ତି। ବିଶେଷ କରି ରାଜନେତା ନବଜୋତ ସିଂହ ସିଦ୍ଧୁଙ୍କ ପାଇଁ ବିବାଦୀୟ ହୋଇପଡ଼ିଥିଲେ କପିଲ। କ’ଣ ପାଇଁ ସୋ’ ଛାଡ଼ିଥିଲେ ତା’ର ଉତ୍ତର ସେତେବେଳେ ମିଳିନଥିବା ବେଳେ ଏବେ ଏହା ପଛର କାରଣ ଜଣାଇଛନ୍ତି ସିଦ୍ଧୁ। ପୁଣି ଥରେ କପିଲଙ୍କ ସୋ’କୁ ସିଦ୍ଧୁ ଆସିବା ପରେ ସୋ’ ଛାଡ଼ିବା ପଛର କାରଣ ବି ସାମ୍ନାକୁ ଆସିଛି। 

Advertisment

ୟୁଟ୍ୟୁବ ଚ୍ୟାନେଲ ଦି ଗ୍ରେନ୍ ଟକ୍ ସୋ’କୁ ସାକ୍ଷାତକାର ଦେଇ ସେ କହିଛନ୍ତି, ମୁଁ କପିଲଙ୍କ କ୍ୟାରିୟର ଆରମ୍ଭରୁ ତାଙ୍କ ସହ ରହିଛି। ବିଭିନ୍ନ ସୋ’ରେ ଆମେ ସାଥିରେ କାମ କରିଛୁ। ଦି ଗ୍ରେଟ ଇଣ୍ଡିଆନ୍ ଲାଫଟର ଚ୍ୟାଲେଞ୍ଜରେ ତାଙ୍କ ସହ ଦେଖା ହେବା ପରେ ସେବେଠୁ ଆମ ଭିତରେ ଭଲ ସମ୍ପର୍କ ରହିଛି। ବିଗ୍ ବସ୍ ପାଇଁ ମୁଁ ଚର୍ଚ୍ଚାକୁ ଆସିବାରୁ କପିଲ ମୋତେ ତାଙ୍କ ସୋ’ରେ ଜଜ୍ ହୋଇ ବସିବାକୁ ଅଫର ଦେଇଥିଲେ, ଯାହାକୁ ମୁଁ ନା କରିପାରିନଥିଲି।

କାହିଁକି ସୋ’ ଛାଡ଼ିଥିଲେ ବୋଲି ପଚରାଯିବାରୁ ସେ ଉତ୍ତରରେ କହିଥିଲେ, ରାଜନୈତିକ କାରଣ ପାଇଁ ମୁଁ ସୋ’ ଛାଡ଼ିବାକୁ ବାଧ୍ୟ ହୋଇଥିଲି। ଏଭଳି କହି ସେ ଅଧିକ ତଥ୍ୟ ଦେବାକୁ ମନା କରିଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୪, ୨୦୧୯ରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହାକୁ ନେଇ ସିଦ୍ଧୁ ଦେଇଥିବା ବୟାନ ତାଙ୍କୁ ବିବାଦୀୟ କରିଥିଲା। ଲୋକେ ତାଙ୍କ ବଏକଟ କରିବାକୁ ଦାବି କରିବାରୁ କିଛି ଦିନ ମଧ୍ୟରେ ସେ କପିଲଙ୍କ ସୋ’ ଛାଡ଼ିଥିଲେ। ହେଲେ ଏବେ ଏହି ଘଟଣା ତାଙ୍କର ସୋ’ ଛାଡ଼ିବା ପଛର କାରଣ ଥିଲା କି ନାହିଁ ତାହା ଜଣାଇନାହାନ୍ତି ସିଦ୍ଧୁ।