ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଟ୍ରୋଲିଂର ଶିକାର ହେଲେ ସିଦ୍ଧୁ, ଲୋକେ କହିଲେ; କପିଲଙ୍କୁ ଏବେ ନିଜ ରିଜ୍ୟୁମ ପଠାଅ

ମୁମ୍ବାଇ : ପଞ୍ଜାବର କ୍ୟାବିନେଟ୍‌ ମନ୍ତ୍ରୀ ନବଜୋତ୍‌ ସିଂହ ସିଦ୍ଧୁ ଏବେ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଶନିବାର ଚଣ୍ଡିଗଡ଼ ଫେରି ସେ ନିଜର ଇସ୍ତଫା ପତ୍ରକୁ ଟୁଇଟ୍‌ରରେ ସେୟାର କରିଥିଲେ । ଜୁନ୍‌ ୧୦ରେ ସେ ନିଜ ଇସ୍ତଫା ପତ୍ର ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଠାଇଥିଲେ ବୋଲି ଜଣାଇଛନ୍ତି । ଦ୍ୱିତୀୟ ଟୁଇଟ୍‌ରେ ସେ ନିଜ ଇସ୍ତଫା ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ପଠାଇବେ ବୋଲି କହିଛନ୍ତି । ତେବେ ସିଦ୍ଧୁଙ୍କ ଇସ୍ତଫା ପରେ ଟୁଇଟ୍‌ରରେ ଅନେକ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ରାଜନୀତିରୁ ଇସ୍ତଫା ନେବା ପରେ ସେ ପୁଣି ଥରେ କପିଲ ଶର୍ମାଙ୍କ ସୋ’ରେ ସାମିଲ ହୋଇ ପାରନ୍ତି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

କିଛି ଲୋକ, ସିଦ୍ଧୁ ଏବେ କମେଡି ନାଇଟ୍‌ ପାଇଁ ନିଜର ରିଜ୍ୟୁମ କପିଲଙ୍କୁ ପଠାଇବେ ବୋଲି ଲେଖିଥିବା ବେଳେ କିଛି ଅର୍ଚ୍ଚନାଙ୍କ କ୍ୟାରିୟର ସଙ୍କଟରେ ବୋଲି ଲେଖିଛନ୍ତି ।

ସମ୍ବନ୍ଧିତ ଖବର